ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ କେରଜାଙ୍ଗ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି ନାବାଳିକାଙ୍କର ମୃତ୍ୟୁ ଘଟିଛି । ସୂଚନା ଯେ, ବଡ଼ କେରଜାଙ୍ଗ ଗ୍ରାମର ଧନେଶ୍ୱର ବିଶ୍ଵାଳଙ୍କ ଝିଅ ଅର୍ଚ୍ଚିତା ବିଶ୍ଵାଳ (୧୨) ପ୍ରତି ଦିନ ଭଳି ଘର ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥାନ୍ତି ।

ଅର୍ଚ୍ଚିତା ଆଜି ବି ଦିନ ୧୧ ଘଟିକା ବେଳେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ପୋଖରୀକୁ ଯାଇ ଖୋଜା ଖୋଜି କରିଥିଲେ । ପୋଖରୀରେ ଅର୍ଚ୍ଚିତା ଭାସୁଥିବାର ଦେଖିବାକୁ ପାଇଥିଲେ । ପରିବାର ଲୋକେ ଅର୍ଚ୍ଚିତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅର୍ଚ୍ଚିତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.