ରାଜଧାନୀରେ ଚାଞ୍ଚଲ୍ୟ : ନାବାଳିକାକୁ ଅପହରଣ ପରେ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ।  ଲିଙ୍ଗରାଜ ଥାନା ନିକଟ ବସ୍ତି ଅଞ୍ଚଳରେ ଅଭିଯୋଗ ହୋଇଛି ।  ନାବାଳିକା ଜଣକ ନିଖୋଜ ଥିଲେ ।  ବହୁ ଖୋଜାଖୋଜି କରିବା ପରେ ବୈଶିଷ୍ଟ୍ୟ ନଗର ହନୁମାନ ମନ୍ଦିର ନିକଟରୁ କ୍ଷତାକ୍ତ ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛନ୍ତି ।  ତାଙ୍କୁ ଅପହରଣ ପରେ ଅସଦାଚରଣ କରାଯାଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ବାପା-ମାଆ ।  ଡାକ୍ତରୀ ମାଇନା କରିବା ସହ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି ।  ଅଭିଯୋଗ ପରେ ତଦନ୍ତ କରୁଛି ଲିଙ୍ଗରାଜ ଥାନା ପୋଲିସ ।

You might also like