ଘରେ ପଶି ନାବାଳିକାଙ୍କୁ ହତ୍ୟା, ପାରିବାରିକ କଳହ ନା ପୂର୍ବ ଶତ୍ରୁତା ହୋଇନି ସ୍ପଷ୍ଟ

ବ୍ରହ୍ମପୁର : ଘରେ ପଶି ନାବାଳିକାଙ୍କୁ ହତ୍ୟା । ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ହତ୍ୟାକାଣ୍ଡ ହୋଇଛି । ପାରିବାରିକ କଳହ ନା ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସ୍ପଷ୍ଟ ହୋଇନି। ଜଣେ ନାବାଳିକାଙ୍କୁ ଘରେ ପଶି ହତ୍ୟା କରିଛି ଅନ୍ୟ ଏକ ଗାଁର ଯୁବକ ।  ନାବାଳିକା ଜଣକ ଅଭିଯୁକ୍ତର ଭଉଣୀ ସହ ବ୍ରହ୍ମପୁର ଆଇଟିଆଇରେ ପଢୁଥିଲେ।

ହତ୍ୟାର ଶିକାର ନାବାଳିକା ଜଣକ ହେଉଛନ୍ତି ଅଭିଯୁକ୍ତ ଯୁବକଙ୍କ ଭଉଣୀଙ୍କ ସହପାଠୀ । ଯୁବକ ଜଣକ ନିଜ ଭଉଣୀଙ୍କ ସହପାଠୀକୁ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ନାବାଳିକା ଜଣକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଯୁବକ ଜଣକ ତାଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହିତ ହଇରାଣ କରୁଥିଲେ । ଯାହାକୁ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । କିନ୍ତୁ ପୋଲିସ ଏ ଦିଗରେ ବିଶେଷ ପଦକ୍ଷେପ ନେଇ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ :  ସେଲଫି ନେଲା ବେଳେ ମହୁମାଛି ଆକ୍ରମଣ, ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଲେ ୩ ଯୁବକ