ଏକୁଟିଆ ଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରି ଅଚେତ କଲା ସାଇକେଲ ଦୋକାନୀ, କିନ୍ତୁ ଧରାପକାଇଦେଲା ମୋଇବାଲ
ଘରେ ପଶି ଦୁଷ୍କର୍ମ କଲା ସାଇକେଲ ଦୋକାନୀ
ସୋର (କେନ୍ୟୁଜ) : ଦେଖନ୍ତୁ ଟିକେ ଭଲ କରି ଦେଖନ୍ତୁ ଏ ଲୋକଟିକୁ । କିଛି ଏମିତି ଘୃଣ୍ୟ କାମ କରିଦେଇଛି ଯେ ଯେଉଁଥିପାଇଁ ତାକୁ ଏମିତି ବାନ୍ଧି ଦେଇଛନ୍ତି ଗାଁ ଲୋକ । ଆଉ ଶୁଣନ୍ତୁ ସେ କଣ କହୁଛି । ଆଉ ଗାଁ ଲୋକ ବି କଣ କହୁଛନ୍ତି ଆପଣ ବି ନିଜେ ଶୁଣନ୍ତୁ । ଶୁଣିଲେ ତ, ଲୋକଟି କଣ କହୁଛି । ଏ ହେଉଛି ଜଣେ ସାଇକେଲ୍ ଦୋକାନୀ । ତାସହିତ ବିବାହିତ ମଧ୍ୟ । କିନ୍ତୁ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଘରେ ଏକାକୀ ଦେଖି ତାସହିତ କରିଛି ଦୁଷ୍କର୍ମ । ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି ଵାଲେଶ୍ୱର ଜିଲ୍ଲା ଖଇରା ଥାନା ତରାଙ୍ଗ ଅଞ୍ଚଳରେ ।
ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଖଇରା ପୋଲିସ ଜଣେ ଭିନ୍ନ ସମ୍ପ୍ରଦାୟର ବିଵାହିତ ଯୁବକଙ୍କୁ ଥାନାରେ ଅଟକ ରଖିଛି । ଶୁକ୍ରବାର ବିବ୍ୟାଙ୍ଗ ଯୁବତୀ ଜଣକ ଘରେ ଏକୁଟିଆ ଥିବା ବେଳେ ତରାଙ୍ଗ ଛଳରେ ସାଇକେଲ ଦୋକାନ କରିଥିବା ଏହି ଯୁବକ ଜଣକ କୁକୁଡା ଆଣିବା ବାହାନାରେ ଘରେ ପଶି ଦୁଷ୍କର୍ମ କରି ଅଚେତ ଅବସ୍ଥାରେ ଛାଡି ପଳାଇ ଯିବା ବେଳେ ମୋବାଇଲଟିକୁ ମଧ୍ୟ ଭୁଲରେ ଛାଡି ଚାଲି ଯାଇଥିଲା ।
ବାଇକ ଷ୍ଟାର୍ଟ କରି ଯିବା ସମୟରେ ଗାଁ ଲୋକ ତାଙ୍କୁ କାବୁ କରି ନେଇଥିଲେ । ପୋଲିସକୁ ଖବର ଦିଆଯିବା ପରେ ପୋଲିସର ଏକ ଟିମ ଗାଁକୁ ଯାଇ ଯୁବକକୁ ଧରି ଥାନାକୁ ଆଣିଥିଲେ । ଖଇରା ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଦିବ୍ୟାଙ୍ଗ ଯୁବତୀକୁ ନ୍ୟାୟ ଦାବୀରେ ଯୁବତୀଙ୍କ ପରିବାର ଓ ସଂପୃକ୍ତ ଗ୍ରାମର ଗ୍ରାମବାସୀ ମାନେ ଥାନା ଅଧିକାରୀଙ୍କୁ ଭେଟିଛନ୍ତି । ଅଟକ ଥିବା ବିବାହିତ ଯୁବକ କିଛି ଦିନ ପୂର୍ବେ ନିଜ ଗାଁରେ ଜଣେ ଯୁବତୀ ଙ୍କୁ ଟଣା ଉଟରା କରିଥିବାର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।