ନବରଙ୍ଗପୁରରେ ପୁଣି ଜଣେ ନାବାଳିକା ଅନ୍ତଃସତ୍ତ୍ୱା , ୯ ମାସର ଗର୍ଭବତୀ ଅଛନ୍ତି ୧୭ ବର୍ଷର ନାବାଳିକା 

ନବରଙ୍ଗପୁର(କେନ୍ୟୁଜ୍) : ନବରଙ୍ଗପୁରରେ ପୁଣି ଜଣେ ନାବାଳିକା ଅନ୍ତଃସତ୍ତ୍ୱା । ଏଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଆଇନ ଭୟରେ ଅଭିଯୁକ୍ତଙ୍କ ପରିବାର ତାଙ୍କୁ ବୋହୂ ଭାବେ ସ୍ୱୀକାର କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଶାଶୂ ଘରେ ନିର‌୍ୟାତନା ମିଳିବାରୁ ନିଜ ଘରକୁ ଫେରିଆସିଥିଲେ ନାବାଳିକା । ତାଙ୍କୁ ନ୍ୟାୟ ପ୍ରଦାନ ନେଇ ନବରଙ୍ଗପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର । ଏହାପରେ ଏସପି ଉମରକୋଟ ଥାନା ଅଧିକାରୀଙ୍କୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।