ଯାଜପୁରରେ ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ବୃଦ୍ଧଙ୍କୁ ଗିରଫ କଲା ବିଂଝାରପୁର ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ରେ ଲଜ୍ଜା। ମାତ୍ର ୯ ବର୍ଷ ର ନାବାଳିକା କୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ। ବିଂଝାରପୁର ଥାନା ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି। ଜୈନକା ୯ ବର୍ଷର ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନାବାଳିକା ଜଣକ ସାଙ୍ଗ ମାନଙ୍କସହ ଗତକାଲି ଅପରାହ୍ନରେ ଖେଳୁଥିଲା। ସଂଧ୍ୟାରେ ଖେଳସାରି ନାବାଳିକା ସାଙ୍ଗ ମାନଙ୍କସହ ଘରକୁ ଫେରୁଥିବା ବେଳେ ପୀରାମହଲ୍ଲା ଗ୍ରାମର ସେକ ବେସାରତ ନାମକ ଜଣେ ୫୭ ବର୍ଷର ବୃଦ୍ଧ ଏକ ବାଇକରେ ଆସି ବଜାରରୁ ଚକଲେଟ ଆଣିବାକୁ କହି ନାବାଳିକାଙ୍କୁ ଗାଡିରେ ବସାଇ ନେଇଯାଇଥିଲା।

ଅନ୍ୟପଟେ ସଂଧ୍ୟାରେ ନାବାଳିକା ଘରକୁ ନଫେରିବାକୁ ନେଇ ପରିବାର ଲୋକ ବିଚଳିତ ହୋଇ ଖୋଜାଖୋଜି କରିଥିଲେ। ରାତି ପର୍ଯ୍ୟନ୍ତ ନାବାଳିକାଙ୍କୁ ନପାଇ ଖୋଜାଖୋଜି କରି ବେସାରତଙ୍କ ଘରେ ଠାବ କରିଥିଲେ। ଗ୍ରାମବାସୀ ଅଭିଯୁକ୍ତ ବେସାରତକୁ ବିଂଝାରପୁର ଥାନାରେ ଜିମା ଦେଇଥିଲେ। ଆଜି ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଯାଜପୁର ଏସପି ରାହୁଲ ପି ଆର ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଏଥିସହିତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ମଧ୍ୟ କରିଛନ୍ତି। ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ । ପୋଲିସ ଏ ସମ୍ପର୍କରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିନଥିବା ବେଳେ ତଦନ୍ତ ପରେ ହିଁ ଜଣା ପଡିବ ବୋଲି କହିଛନ୍ତି ଯାଜପୁର ଏସ୍ପି ରାହୁଲ ପିଆର । ଏଭଳି ଅଭିଯୁକ୍ତ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.