ନାବାଳିକାର ହାତ ମୁହଁ ବାନ୍ଧି ଦୁଷ୍କର୍ମ ଅଭିଯୋଗ, ଫେରାର୍‌ ଅଭିଯୁକ୍ତକୁ ଖୋଜୁଛି ପୋଲିସ୍‌

ନବରଙ୍ଗପୁର(କେନ୍ୟୁଜ୍‌) : ନବରଙ୍ଗପୁର ଜିଲ୍ଲାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ନାବାଳିକାର ହାତ ମୁହଁ ବାନ୍ଧି ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ନାବାଳିକା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମା’ ଘର’ ଅଧ୍ୟକ୍ଷାଙ୍କ ସହ ନବରଙ୍ଗପୁର ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ପ୍ରକାଶ, ନବରଙ୍ଗପୁର ସାନମସିଗାଁ ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା (୧୩) କିଛି ଦିନ ତଳେ ମାମୁଁ ଘରକୁ ଯାଇଥିଲା l ଗୁରୁବାର ଦିନ ପ୍ରାୟ ଏଗାର ଟା ସମୟରେ ବାବୁଲା ନାମକ ଯୁବକ ଆସି ନାବାଳିକାଙ୍କ ମା’ଙ୍କ ଶରୀର ଖରାପ ଥିବା କହିଥିଲେ । ତାଙ୍କ ମା’ ପଠାଇଥିବା କହି ଉକ୍ତ ନାବାଳିକାକୁ ସାଙ୍ଗରେ ଯିବା ପାଇଁ କହିଥିଲେ ।

ନାବାଳିକାର ଅନିଚ୍ଛା ସତ୍ତ୍ୱେ ବଡ ମା’ ଙ୍କ କହିବା ପରେ ଉକ୍ତ ଯୁବକ ସହ ନାବାଳିକା ଯାଇଥିଲେ । କିନ୍ତୁ ଦୁଇଟି ଗ୍ରାମର ମଧ୍ୟରେ ଥିବା ଏକ ଜଙ୍ଗଲ ରେ ନାବାଳିକା ଙ୍କ ହାତ ଓ ମୁହଁ କୁ ବାନ୍ଧି ଦେଇ ଉକ୍ତ ଯୁବକ ବଳାତ୍କାର କରିଥିଲେ । ପରେ ନାବାଳିକା ଏହି ଯୁବକ ହାତରୁ ଖସି ମାମୁ ଘରକୁ ଯାଇ ସବୁକଥା କହିଥିଲା ।
ଆଜି ସନ୍ଧ୍ୟାରେ ମା’ ଘର ସହାୟତାରେ ନାବାଳିକା ନବରଙ୍ଗପୁର ଥାନା ମହିଳା ଓ ଶିଶୁ ଡେସ୍କ ରେ ଏକ ଅଭିଯୋଗ ଦାଖଲ କରିଛନ୍ତି।
ପୋଲିସ୍ ମାମଲା ର ତଦନ୍ତ କରୁଛି । ବର୍ତ୍ତମାନ ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.