ଯାଜପୁର ସୁକିନ୍ଦାରେ ଲଜ୍ଜା: ଦୁଇ ବର୍ଷ ୧୦ମାସର ଶିଶୁ କନ୍ୟାକୁ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ

ଯାଜପୁର ରୋଡ ( କେ ନ୍ୟୁଜ) : ଯାଜପୁର ଜିଲ୍ଲା ସୁକିନ୍ଦାରେ ଲଜ୍ଜା । ସୁକିନ୍ଦା ଥାନା ଅଂଚଳ ରେ ଜଣେ ଦୁଇ ବର୍ଷ ୧୦ମାସ ର ଶିଶୁ କନ୍ୟାକୁ  ଦୁଷ୍କର୍ମ କରାଯାଇଥିବା ନେଇ ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକ । ଖବର ମୁତାବକ ସୁକିନ୍ଦା ଥାନା ସଂସାଇଲ ପଂଚାୟତରେ ନାବାଳିକାଟି ସନ୍ଧ୍ୟା ସମୟରେ ନିଜ ଘର ସମ୍ମୁଖରେ ଖେଳୁଥିବା ବେଳେ ସେହି ଗାଁର ୧୫ ବର୍ଷର ଜଣେ ନାବାଳକ ଝିଅକୁ ଟେକି ନେଇ ଝିଅର ଘର ପଛପଟେ ତାକୁ ଦୁଷ୍କର୍ମ କରିଥିବା ପରିବାର ଲୋକ ସୁକିନ୍ଦା ଥାନାରେ ଲିଖିତ ଏତଲା କରିଥିଲେ ।

rapeତେବେ ପରିବାର ଲୋକଙ୍କ ଏତଲା ପରେ ସୁକିନ୍ଦା ପୋଲିସ ନାବାଳକକୁ ଅଟକ ରଖି ଯାଜପୁର ଟାଉନ କିଶୋର ନ୍ୟାୟାଳୟ ସମ୍ମୁଖରେ ଉପସ୍ଥିତ କରିଥିଲା । ଗତକାଲି ନାବାଳକକୁ ଅନୁଗୁଳ ସ୍ଥିତ ବାଳ ସୁଧାର ଗୃହକୁ ଅଧିକ ତଦନ୍ତ ପାଇଁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.