ବିବାହ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ଦଣ୍ଡାଦେଶ

ନୟାଗଡ : ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡ । କାରାଦଣ୍ଡ ଶୁଣାଇଛନ୍ତି ନୟାଗଡ ପୋକ୍ସୋ କୋର୍ଟର ବିଚାରପତି ମାନସ କୁମାର ପଣ୍ଡା ।

୨୦୨୩ ମସିହ ରେ ବୌଦ୍ଧ ଜ଼ିଲ୍ଲାର ସୁରେନ୍ଦ୍ର କୁମାର ଜାନି ଦଶପଲ୍ଲାର ଏକ ହୋଟେଲରେ କାମ କରୁଥିଲା । ଦଶପଲ୍ଲା ଥାନା ଅଞ୍ଚଳର ଜଣେ ନାବାଳିକା ସହିତ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । ବିବାହ କରିବାକୁ ମନା କରିବାରୁ ନାବାଳିକା ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ଦଶପଲ୍ଲା ଥାନା ପୋଲିସ ଦୁଷ୍କର୍ମ ମାମଲା ରୁଜୁକରି ଅଭିଯୁକ୍ତ ସୁରେନ୍ଦ୍ର ଜାନିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ୧୭ ଜଣ ସାକ୍ଷୀ ଓ ପୀଡିତାର ବୟାନକୁ ଭତ୍ତିିକରି ଅଭିଯୁକ୍ତ ସୁରେନ୍ଦ୍ରକୁ ମାନ୍ୟବର କୋର୍ଟ ୨୫ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନିଯିବି ଦାଶରଥି ସାହୁ ମାମଲା ପରିଚାଳନା କରୁଥିଲେ ।