ସ୍କୁଲ ଛାତରୁ ପାଟି, ହାତ ବନ୍ଧା ଅବସ୍ଥାରେ ଅଖା ଭିତରୁ ନାବାଳିକା ଉଦ୍ଧାର, ୪ ଦିନ ହେଲା ଥିଲେ ନିଖୋଜ
ଜୟପୁର: ପାଟି, ହାତ ବନ୍ଧା ଅବସ୍ଥାରେ ଅଖା ଭିତରୁ ନାବାଳିକା ଛାତ୍ରୀ ଉଦ୍ଧାର । ଜୟପୁର ସଦର ଥାନା ମକାପୁର ସରକାରୀ ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟ ଛାତ ଉପରୁ ଛାତ୍ରୀ ଜଣକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଛାତ୍ରୀ ହେଉଛନ୍ତି ଛତ୍ରୀପୁଟ ବାସିନ୍ଦା ।
ଗତ ସୋମବାର ଦିନ ନାବାଳିକା ଜଣକ ଘରୁ ଫେରିବା ପରେ ସଂଧ୍ୟା ସମୟରୁ ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ ସ୍କୁଲ କର୍ତ୍ତୁପକ୍ଷ । ଖବର ପାଇ ପରିବାର ଲୋକେ ପହଞ୍ଚି ଖୋଜାଖୋଜି କରିବା ପରେ ସ୍କୁଲ ଛାତ ଉପରୁ ପାଟି ହାତ ବନ୍ଧା ଅବସ୍ଥାରେ ଏକ ଅଖା ଭିତରୁ ଝିଅକୁ ଉଦ୍ଧାର କରିଛନ୍ତି । ଘଟଣା ନେଇ ପୋଲିସରେ ଅଭିଯୋଗ କରିଥିଲେ ପରିବାର ଲୋକେ । ସନ୍ଧ୍ୟା ସମୟରେ ହଷ୍ଟେଲର ଶ୍ରେଣୀ କକ୍ଷ ଆଡ଼େ ବୁଲିବାକୁ ଯିବା ସମୟରେ ୨ଜଣ ଅଜଣା ବ୍ୟକ୍ତି ପଛପଟୁ ଛାତ୍ରୀ ଜଣକର ମୁହଁକୁ ଜୋର୍ କରି ଧରିଥିବା ବେଳେ ହାତ ଓ ମୁଁହକୁ ଗାମୁଛାରେ ବାନ୍ଧି ଚାପୁଡା ମାରିଥିଲେ । ପରେ କୈାଣସି ଏକ ଜିନିଷ ସାହାଯ୍ୟରେ ମୁଣ୍ଡରେ ଆଘାତ କରିଥିବା ଯୋଗୁ ଛାତ୍ରୀ ଜଣକ ବେହୋସ୍ ହୋଇ ପଡିଥିବା ନେଇ ସଦର ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ପରିବାର । ଘଟଣାର ତଦନ୍ତ ଚାଲିଛି ।