ପୁଣି ଥରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଲମତାପୁଟର ଏକ ଆବାସିକ ବିଦ୍ୟାଳୟରେ ଅଘଟଣ

ଜୟପୁର (ଲମତାପୁଟ) : ପୁଣି ଥରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ ଆସିଛି କୋରାପୁଟ ଜିଲାରୁ । ଲମତାପୁଟର ଏକ ଆବାସିକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି । ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ କୋରାପୁଟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । କୋରାପୁଟ ଏସପି ରୋହିତ ଶର୍ମା, ଅତିରିକ୍ତ ଏସପିଙ୍କ ସହ ସାଇଣ୍ଟୀଫିକ ଟିମ ପହଞ୍ଚି ଆବାସିକ ବିଦ୍ୟାଳୟ ଓ କର୍ମଚାରୀଙ୍କୁ ପଚାରା ଉଚରା ଜାରି ରଖିଛନ୍ତି । ସେପଟେ ନାବାଳିକା ଙ୍କୁ SLN ମେଡିକାଲ କଲେଜରେ ଡାକ୍ତରୀ ମାଇନା କରାଯାଇଛି । ତଦନ୍ତ ପରେ ସମ୍ପୂର୍ଣ ଘଟଣା ସାମ୍ନାକୁ ଆସିବ କହିଛନ୍ତି ଏସପି ରୋହିତ ବର୍ମା । ସେପଟେ ପରିବାର ଲୋକେ କହିଛନ୍ତି ଆମକୁ ନ୍ୟାୟ ଦରକାର, ଆମେ ପିଲାଙ୍କୁ ପଢିବାକୁ ଛାଢିଛୁ, କିନ୍ତୁ ଆମ ପିଲା ଅସୁରକ୍ଷିତ ।