ବାପାଙ୍କ ବନ୍ଧୁ ସାଜିଲା ରାକ୍ଷସ, ଦୁଇ ବର୍ଷଧରି ନାବାଳିକାଙ୍କୁ କରୁଥିଲା ଦୁଷ୍କର୍ମ

ନିଜ ବାପାଙ୍କ ବନ୍ଧୁ ଦ୍ୱାରା ଦୁଇ ବର୍ଷ ହେବ ଦୁଷ୍କର୍ମର ଶିକାର ହେଉଥିଲା ନାବାଳିକା। ଘର ଓ ପରିବାରର କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇ ଗତ ଦୁଇ ବର୍ଷ ହେବ ଦୁଷ୍କର୍ମ କରୁଥିବା ନେଇ ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି । ସହରର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ୁଥିବା ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସିଭିଲ ଟାଉନସିପ ଅଞ୍ଚଳରେ ବ୍ୟବସାୟ କରୁଥିବା ଅଭିଯୁକ୍ତ ରାଜେନ ଶ୍ରୀବାସ୍ତବ ନାମରେ ନାବାଳିକା ମାମଲା ରୁଜୁ କରିବା ଖବର ପାଇ ଫେରାର ହୋଇଯାଇଛି ।
ଭିନ୍ନ ଭିନ୍ନ ବ୍ୟବସାୟ କରୁଥିବା ଏହି ଅଭିଯୁକ୍ତ ନାମରେ ପୂର୍ବରୁ ମଧ୍ୟ ଅସାମାଜିକ କାର୍ଯ୍ୟ କଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ସମ୍ପର୍କରେ ରଘୁନାଥପାଲି ଥାନା ପୋଲିସ କରୁଛି ତଦନ୍ତ । ଅଭିଯୁକ୍ତ ଜଣକ ଏକ ରାଜନୈତିକ ଦଳ ସହ ସମ୍ପୃକ୍ତ ଥିବା ଯୋଗୁଁ ସମସ୍ତ ଦିଗକୁ ନଜର ରେ ରଖି ପୋଲିସ ତଦନ୍ତ କରୁଛି ।