ନବରଙ୍ଗପୁର: କାମ ଦେବା ବାହାନାରେ ଆଣି ନାବାଳିକାକୁ ଏକ ଲକ୍ଷ ଟଙ୍କାରେ ବିକ୍ରି, ୪ ମହିଳା ସମେତ ମୋଟ ୬ ଗିରଫ

ଉମରକୋଟ(କେନ୍ୟୁଜ୍):  କାମ ଦେବା ବାହାନାରେ ନାବାଳିକାକୁ ବିକ୍ରି । ଏକ ଲକ୍ଷ ଟଙ୍କାରେ ନାବାଳିକାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଉମରକୋଟ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଏପରିକି ଅନିଚ୍ଛା ସତ୍ତ୍ବେ ପୀଡିତାଙ୍କୁ ଜଣେ ବ୍ୟକ୍ତିଙ୍କ ସହ ବିବାହ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୪ ମହିଳା ସମେତ ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌ ।

minor girl sold 1

ଅଭିଯୋଗ ଅନୁଯାୟୀ, କାମ ଦେବା ବାହାନାରେ ପୀଡିତାଙ୍କୁ ନିଜ ସହ ନେଇଥିଲେ ମଙ୍ଗଳ ସିଂ ହରିଜନ ଓ ମନିତା କମାର । ପରେ ପୀଡିତାଙ୍କୁ ଦିଲ୍ଲୀ ନେଇ ଜଣେ ବ୍ୟକ୍ତିଙ୍କଠାରୁ ଲକ୍ଷେ ଟଙ୍କା ନେଇ ବିବାହ କରାଇ ଦେଇଥିଲେ । କୌଶଳ କ୍ରମେ ସେଠାରୁ ଖସିଆସି ଉମରକୋଟରେ ପହଞ୍ଚିଥିଲେ ପୀଡିିିତା । ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.