୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ପଟିଆ ଷ୍ଟେସନରୁ ଉଠାଇ ନେଇ ସାରାରାତି ଦୁଷ୍କର୍ମ କରିଥିଲେ ଦୁଇ ଯୁବକ

କେନୁଜ୍‌(ବ୍ୟୁରୋ): ଭୁବନେଶ୍ୱରରେ ୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପଟିଆ ରେଳ ଷ୍ଟେସନ ଅଞ୍ଚଳରେ ଦୁଷ୍କର୍ମ ହୋଇଛି । ନାବାଳିକାଙ୍କୁ ପଟିଆ ଷ୍ଟେସନ ନିକଟରୁ ୨ଜଣ ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ରାତିସାରା ହାତବାନ୍ଧି ଦୁଷ୍କର୍ମ କରିଥିଲେ । ସକାଳେ ଘରେ ପହଁଚି ପରିବାର ଲୋକଙ୍କୁ ସବୁକଥା କହିଥିଲେ । ଏହାପରେ ପରିବାର ଲୋକେ ଚାଇଲ୍ଡ ଲାଇନରେ ଜଣାଇଥିଲେ । ଚାଇଲ୍ଡ ଲାଇନ ସହାୟତାରେ ଜିଆରପି ଥାନାରେ ଏତଲା ଦିଆଯାଇଛି ।

Leave A Reply

Your email address will not be published.