ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ । ଭଦ୍ରକ ଜିଲ୍ଲାରେ ଗତକାଲି ମା’ କୁ ଦୁଷ୍କର୍ମ ପରେ ଝିଅକୁ ପଥରରେ ଚେଛି ହତ୍ୟା ଘଟଣା । ପୁଣି ମିଳିଲା ଅଭିଯୁକ୍ତ ନାବାଳକଙ୍କ ଆଇଙ୍କ ମୃତଦେହ । ସମାନ ଭାବେ ବେକକୁ ଶାଢ଼ୀରେ ଘୋଡାଇ ମାରି ଦିଆଯାଇଛି ।  ରାଇମଣି ଛକ ନିକଟ ଏକ ବୁଦାରୁ ମିଳିଲା ଆଇ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ।

ସୂଚନାଯୋଗ୍ୟ ଯେ  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ ଘଟିଛି ଅଘଟଣ । ଜଳଙ୍ଗା ଅଞ୍ଚଳ ର ସୁକାନ୍ତି ମୁଣ୍ଡା , ସ୍ୱାମୀ ରାଜୁ ମୁଣ୍ଡା ଓ 6 ବର୍ଷୀୟ ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ କାମ କରୁଥିଲେ । ଗତକାଲି ସଖାଲୁ ମା ଓ ଝିଅ ମେଡିକାଲ ଯାଇଥିଲେ । ପରେ ସ୍ଥାନୀୟ ଲୋକେ ମା ସୁକାନ୍ତି ମୁଣ୍ଡାର  ମୃତଦେହ ଦେଖିଥିଲେ । ସେହି ସ୍ଥାନରୁ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ମୃତ ମହିଳାଙ୍କ 6 ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । ତେବେ ସ୍ଥାନୀୟ ଲୋକେ ନାବାଳକକୁ ଗୋଡେଇ ଗୋଡ଼ାଇ ଧରି ପୋଲିସକୁ ଦେଇଥିଲେ । \

ତେବେ ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବେ ଓ ଝିଅ ଦେଖିଦେବାରୁ ଝିଅକୁ ପଥରରେ ଚେଛି ହତ୍ୟା କରାଯାଇଥିବା କହିଥିଲେ ।   ଗ୍ରାମାଞ୍ଚଳ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଆଜି ଏକ ବୁଦାରୁ ଦୁର୍ଗନ୍ଧ ଆସୁଥିବା ଜାଣି ଲୋକେ ସେଠାକୁ ଯିବାରୁ ସେଠାରୁ ପୁଣି ଏକ ମୃତଦେହ ପଡିଥିବା ଦେଖିଥିଲେ । ମୃତକ ଅଭିଯୁକ୍ତ ନାବାଳକଙ୍କ ଆଇ ସୁମତି ମୁଣ୍ଡାଙ୍କର ବୋଲି ଜଣାପଡିଛି । ମୃତ ସୁମତିଙ୍କ ବେକକୁ ଶାଢ଼ୀରେ ଗୁଡାଇ ହତ୍ୟା କରାଯାଇଥିବା ବେଳେ ଶରୀରରେ କ୍ଷତ ଦାଗ ରହିଛି ଓ ବ୍ୟାଗ ମଧ୍ୟ ପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନାବାଳ ଙ୍କ ସହ ଆଇଙ୍କୁ ଲୋକେ ତିନି ଦିନ ପୂର୍ବରୁ ଦେଖିଥିଲେ ।

Leave A Reply

Your email address will not be published.