ପୁଣି ଲଭ୍-ସେକ୍ସ-ଧୋକା: ୧୬ ବର୍ଷର ଝିଅ ଅଢେଇ ମାସର ଗର୍ଭବତୀ

ନବରଙ୍ଗପୁର : ଲଭ୍, ସେକ୍ସ, ଧୋକା । ଏହି ଜାଲରେ ଏବେ ନିରୀହ ଆଦିବାସୀ ଝିଅ । ଏଭଳି ଏକ ଘଟଣା ଏବେ ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଛି । ଆଦିବାସୀ ପରଜା ସମ୍ପ୍ରଦାୟର ଜଣେ ୧୬ ବର୍ଷୀୟା ନାବାଳିକା ଝିଅ ଯିଏକି ପାଠ ପଢା ବୟସରେ ମାଆ ହେବାକୁ ଯାଉଛି । ପ୍ରଥମେ ପ୍ରେମ ଜାଲରେ ଫସେଇ ତାକୁ ଗର୍ଭବତୀ କରେଇବା ପରେ, ଏବେ ତାକୁ କାମନା ଲାଳସା ଚରିତାର୍ଥ କରୁଥିବା ଏକ କଣ୍ଢେଇ ଭଳି ବ୍ୟବହାର କରୁଛି ହିର୍ଲି ଅଞ୍ଚଳର ଜଣେ ଯୁବକ । ଯାହାର ନା ଶେଖ ଆଲାମ ହୁସେନ । ସ୍ଥାନୀୟ ଜଣେ ସମାଜ ସେବୀ ଅସହାୟ ନାବାଳିକା ଜଣକର କରୁଣ କାହାଣୀ ଶୁଣି ଚାଇଲ୍ଡ ଲାଇନ ସହାୟତାରେ ଉଦ୍ଧାର କରି ସିଡବ୍ଲୁସି ର ଦ୍ୱାରସ୍ତ ହେବା ପରେ ଏବେ ସମସ୍ତ ଘଟଣା ପଦାରେ ପଡିଛି ।

ସୂଚନା ଅନୁଯାୟୀ ଗତ ଏକ ବର୍ଷ ତଳେ ହିର୍ଲି ଅଞ୍ଚଳର ଶେଖ ଆଲାମ ହୁସେନ ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାକୁ ନେଇଯାଇଥିଲା । ନାବାଳିକା ଜଣକ ନିଖୋଜ ଥିବା ନେଇ ପରିବାର ଲୋକେ ନବରଙ୍ଗପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଉଭୟ ନାବାଳିକା ଏବଂ ଯୁବକଙ୍କୁ ଉଦ୍ଧାର କରି ଆଣିଥିଲେ । ଥାନରେ ଉଭୟ ପରିବାରର ଆପୋଷ ବୁଝାମଣାରେ ନାବାଳିକା ଜଣକ ନିଜ ବାପା ମାଆଙ୍କ ଘରେ ରହିବ ବୋଲି ରାଜିନାମା ହେବା ପରେ ଥାନାରୁ ଫେରିଥିଲେ ।

ଏବେ କିନ୍ତୁ ସବୁ ଓଲଟା ହେଇଯାଇଛି । ବର୍ଷେ ପରେ ମଧ୍ୟ ଯୁବକ ଜଣକ ନାବାଳିକାର ପିଛା ଛାଡିନଥିଲା । ପୁଣି ମିଠା କଥା କହି ନିଜ ପ୍ରେମ ଜାଲରେ ଫସେଇ ନାବାଳିକାକୁ ଏବେ ଗର୍ଭବତୀ କରେଇଛି । କେବଳ ନିଜର କାମନା ଲାଳସା ଚରିତାର୍ଥ କରିବା ପାଇଁ ନାବାଳିକାର ଶରୀରକୁ ଉପଭୋଗ କରିବା ପାଇଁ ଯୁବକ ଝିଅ ଟିକୁ ତା ଘରକୁ ନେଉଛି ପରେ ପୁଣି ଝିଅ ଘରେ ଆଣି ଛାଡି ଦେଉଛି ।

ବର୍ତ୍ତମାନ ନାବାଳିକା ଜଣକ ଅଢେଇ ମାସର ଗର୍ଭବତୀ ଥିବା ଜଣାପଡିଛି । ସମାଜସେବୀଙ୍କ ଦ୍ୱାରା ନାବାଳିକା ଉଦ୍ଧାର ହେଇ ସିଡବ୍ଲୁସିର ଦ୍ୱାରସ୍ତ ହେବା ପରେ ଏ ସବୁ କାହାଣୀ ପଦାରେ ପଡିଥିଲା । କମିଟି ନାବାଳିକାର ସତ୍ୟାସତ୍ୟ ତଦନ୍ତ କରିବା ପରେ ଯୁବକ ବିରୁଦ୍ଧରେ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି । ନ୍ୟାୟ ପାଇବା ଆଶାରେ ଅପେକ୍ଷା କରିଛନ୍ତି ନିରୀହ ଆଦିବାସୀ ନାବାଳିକାର ପରିବାର ।

ଲଭ୍, ସେକ୍ସ, ଧୋକ୍କା । ପ୍ରଥମେ ଭଲ ପାଇଲେ ପରେ ଶାରୀରିକ ସମ୍ପର୍କ ରଖିଲେ । କିନ୍ତୁ ଏବେ ଅଢେଇ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ ପ୍ରତାରଣା ଦେଇଛି ପ୍ରେମିକ । କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼ । ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି । କିନ୍ତୁ କିଛି କାହାଣୀ ଶୁଣିଲେ ପ୍ରେମ ଉପରେ ଘୃଣା ଆସିଯାଉଛି । ପୁଣି ଏଭଳି ଏକ କରୁଣ କାହାଣୀକୁ ଗୁରୁତ୍ୱର ସହ ଗ୍ରହଣ କରି ପୋଲିସ୍ ତୁରନ୍ତ ତଦନ୍ତ କରିବା ସହ ଉକ୍ତ ନାବାଳିକାକୁ ନ୍ୟାୟ ଦେବାକୁ ସାଧାରଣରରେ ଦାବି ହୋଇଛି ।

ଆହୁରି ପଢନ୍ତୁ: ଚାରି ବର୍ଷ ଶିଶୁ କନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ