ଟ୍ରେନରୁ କୋଇଲା ଚୋରି ବେଳେ ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର, ମେଡିକାଲରେ ଭର୍ତ୍ତି

ପାରାଦ୍ଵୀପ : ଚଳନ୍ତା ଟ୍ରେନରୁ କୋଇଲା ଚୋରି ଉଦ୍ୟମ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ଗୁରୁତର ହୋଇଛନ୍ତି । ପୋର୍ଟ ଭିତରୁ ଟ୍ରେନ୍ ରେ କୋଇଲା ଯାଉଥିବା ବେଳେ ଏପରି ଘଟଣା ଘଟିଛି । ନାବାଳକକୁ ଗୁରୁତର ଅବସ୍ଥାରେ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯଇଛି । ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ଆଠଗଡ଼ରେ କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଥିଲେ ଯୁବକ । କଟକ ଆଠଗଡ଼ ଗୁରୁଡ଼ିଝାଟିଆ ରେଳ ଷ୍ଟେସନ୍ ପାର୍କିଂରେ ଏପରି ଘଟଣା ଘଟିଥିଲା । ମୃତ ଯୁବକ ହେଲେ ଛଅ ଗାଁର ଜିତେନ୍ଦ୍ର ବେହେରା । ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବ ଜଳିଯାଇଥିଲା ।
ଆହୁରି ପଢ଼ନ୍ତୁ : ଦୁଇ IAS ଅଧିକାରୀ ମାନସୀ ନିମ୍ଭାଲ ଓ ସମର୍ଥ ବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ବ, ଜାଣନ୍ତୁ କେଉଁ ବିଭାଗରେ ତୁଲାଇବେ…