ବସ୍ତାରୁ ନାବାଳକର ମୃତଦେହ ଉଦ୍ଧାର, କାଲିଠାରୁ ଥିଲେ ନିଖୋଜ
ଯୋଡ଼ା : ବସ୍ତା ଭିତରୁ ମିଳିଲା ନାବାଳକର ମୃତଦେହ । କେନ୍ଦୁଝର ଚମ୍ପୁଆ ଥାନା ଗୋପୀନାଥପୁର ଗାଁରେ ୯ ବର୍ଷର ନାବାଳକକୁ ହତ୍ୟା ଅଭିଯୋଗ । ଗତକାଲି ଠାରୁ ନିଖୋଜ ଥିଲା ମୃତକ ପବନା ମୁଣ୍ଡା । ଗାଁର ଗୈରାଙ୍ଗ ପାତ୍ରଙ୍କ ଘର ଆଗରୁ ଏକ ବସ୍ତା ଭିତରୁ ପବନାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ନାବାଳକଙ୍କୁ ହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ରିମୁଳି ଫାଣ୍ଡି ଅଧିକାରୀ, ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ଏବଂ କେନ୍ଦୁଝର ଏସପି ପହଞ୍ଚି ତଦନ୍ତ ଜା ରଖିଛନ୍ତି ।
ସୂଚନା ଅନୁସାରେ ଗୋପିନାଥପୁର ଗ୍ରାମର ମୃତ ରାସ ମୁଣ୍ଡାର ୯ ବର୍ଷର ପୁଅ ଗତ କାଲି ସନ୍ଧ୍ୟାରୁ ନିଖୋଜ ଥିଲେ । ହେଲେ ଆଜି ସକାଳେ ଗ୍ରାମର ଗୈରାଙ୍ଗ ପାତ୍ରଙ୍କ ଘର ଆଗରେ ଏକ ଅଖା ବସ୍ତା ଭିତରେ ତାର ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଓ ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି । ତେବେ ହତ୍ୟା ର କାରଣ ପଡ଼ିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।