ନଦୀରୁ ନାବାଳକର ମୃତଦେହ ଉଦ୍ଧାର, ଗତକାଲିଠୁ ଥିଲେ ନିଖୋଜ

ପିପିଲି: ନଦୀରୁ ନାବାଳକର ମୃତଦେହ ଉଦ୍ଧାର। ପୁରୀ ଜିଲ୍ଲା ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ଗାଁ ନିକଟ ଭାର୍ଗବୀ ନଦୀରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସତ୍ୟଭାମା ବିଶ୍ବାଳଙ୍କ ନାବାଳକ ପୁଅ । ପିଲାଟି ମାନସିକ ବିକୃତ ଥିଲା । ଗତକାଲିଠୁ ନିଖୋଜ ଥିିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ ପରିବାର। ବହୁ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସନ୍ଧାନ ମିଳିନଥିଲା । ଆଜି ଭାର୍ଗବୀ ନଦୀରୁ ମୃତଦେହ ମିଳିଛି ।

ସୂଚନା ଅନୁସାରେ ରାଉରକେଲାରେ ଆଜି ନଦୀରେ ଭାସୁଥିବା ଅଖା ଭିତରୁ ଏକ ମୃତଦେହ ଉଦ୍ଧାର ହୋଇଛି  । କୋଏଲା ନଦୀ ପାନପୋଷ ଗୋଶାଳା ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ରଘୁନାଥ ପାଲି ଥାନାକୁ ଜଣାଇବା ପରେ ପୋଲିସ୍ ଓ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

 

 

ଆହୁରି ପଢ଼ନ୍ତୁ : ଜଙ୍ଗଲ ମଧ୍ୟରୁ ମିଳିଲା ଛାତ୍ରଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର