ଗୁଣିଗାରେଡ଼ି ସନ୍ଦେହ, ଜଡ଼ିବୁଟି ଔଷଧ ବିକାଳିକୁ ନାବାଳକର ଛୁରାମାଡ଼

ରେଢ଼ାଖୋଲ: ଘରେ ପଶି ଛୁରାମାଡ଼ । ଜଣେ ଜଡ଼ିବୁଟି ଔଷଧ ବିକାଳିକୁ ଛୁରା ମାଡ କରି ନାବାଳକ ଫେରାର ହୋଇଯାଇଛି । ଏମିତି ଅଭାବନୀୟ ଘଟଣା ଘଟିଛି ରେଢ଼ାଖୋଲ ଚାରମାଳ ଥାନା ଚାରମାଳ ଗାଁରେ । ଛୁରା ମାଡ଼ ଶୀକାର ବ୍ୟକ୍ତି ଜଣଙ୍କ ହେଲେ ଅଶ୍ବିନୀ ପାଣି ।  ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ ପ୍ରଥମେ ଚାରମାଳ ମେଡିକାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଶ୍ବିନୀଙ୍କ ପେଟର ୭ଟି ସ୍ଥାନରେ ଛୁରା ମାଡ଼ ହୋଇଛି । ଅଶ୍ୱିନୀ ଚାରମାଳ ଅଞ୍ଚଳରେ ରହି ଜଡିବୁଟି ଔଷଧ ବିକିବା ସହ ଗୁଣିଗାରେଡି ଏବଂ ଝଡାଫୁଙ୍କା କରୁଥିଲେ। ଗୁଣିଗାରେଡ଼ି କାରଣରୁ ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 

ଆହୁରି ପଢ଼ନ୍ତୁ : ସାପ କାମୁଡ଼ିବାରୁ ସାପକୁ କଚାଡି ମାରିଲେ ଯୁବକ, ମୃତ ସାପକୁ ଧରି ମେଡିକାଲରେ