ଆଖି ବୁଜି ସବୁ କହି ଦେଉଛି ଝିଅଟି, ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଲା ଅଲୌକିକ ଘଟଣା

ପୁରୀ (କେନ୍ୟୁଜ) : ଭାବରେ ବନ୍ଧା ସେ ଭାବଵିନୋଦିଆ। ତାଙ୍କର ଅପାର କରୁଣା ଓ ଅଶୀର୍ବାଦ ହେଲେ ହିଁ ଭକ୍ତଟିଏ ଶ୍ରୀକ୍ଷେତ୍ରରେ ପାଦ ଥାପିଥାଏ । ଶ୍ରୀଜଗନ୍ନାଥ ହେଉଛନ୍ତି ସକଳ ଶକ୍ତିର ଆଧାର । ଠିକ ସେହିଭଳି ତାଙ୍କ ଚରଣରେ ଯିଏ ଶରଣ ପଶେ ତାଙ୍କ ଠାରେ ବି ଶକ୍ତି ଜାଗ୍ରତ ହୋଇଯାଏ । ଯେମିତି ଏଇ କୁନି ଭକ୍ତ । ଯାହାଙ୍କୁ ଆଜି ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କ ସମାଗମ ଭିତରେ ଖୋଜି ପାଇଥିଲା ଆମ କ୍ୟାମେରା । ଯେଉଁଠି ଦେଖିବାକୁ ମିଳିଲା କିଛି ଅଲୌକିକ ଘଟଣା । ଜଣେ ଏମିତି ଭକ୍ତ ଯାହାଙ୍କ ଆଖି ବନ୍ଦ କରିଦେଲେ ସାମ୍ନାରେ କଣ ଅଛି, କଣ ଲେଖା ହୋଇଛି ତାହା ସବୁକିଛି ଜାଣିପାରୁଥିଲେ ମାତ୍ର କେଇ ସେକେଣ୍ଡରେ ।
ତାଙ୍କରି ଆଶୀର୍ବାଦରେ ଭକ୍ତଟିଏ ପାଇଥାଏ ଅଲୌକିକ ଶକ୍ତି ।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଏମିତି ଜଣେ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ସୋନାଲିସା ମହାନ୍ତ । ସୋନାଲିସା ଆଜି ବର୍ଷାରେ ଭିଜି ପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଯେମିତି ବି ହେଉ ପ୍ରଭୁଙ୍କୁ ଦର୍ଶନ କରିବି ବୋଲି ମନରେ ଦୃଢ଼ ଆଶା ଓ ବିଶ୍ୱାସ ନେଇ ଆସିଥିଲେ। କାହିଁକିନା ତାଙ୍କରି କରୁଣାରୁ ତ ଆଜି ସେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ।

ତାଙ୍କ ବାପା ମାଇନ୍ସରେ ଜଣେ ଅପରେଟର ଭାବେ କାମ କରନ୍ତି । ଭୁବନେଶ୍ୱର ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା ସୋନାଲିସା ବ୍ରେନ ଡେଭେଲେପମେଣ୍ଟ ପ୍ରଶିକ୍ଷଣ ନେଇଥିଲେ। ଆଉ ତାରି କମାଲ ଦେଖାଇଲେ ବଡ଼ଦାଣ୍ଡରେ । ତାଙ୍କ ଆଖିରେ କପଡା, ରୁମାଲ କିମ୍ବା ପଟି ବାନ୍ଧି ଦେଲେ ମଧ୍ୟ ସେ ନିଜ କାନ, ନାକ ଓ ମଥାକୁ ସ୍ପର୍ଶ କରି ସାମନାରେ ଥିବା ଯେକୌଣସି ପଦାର୍ଥ, ବସ୍ତୁ, ଇଂରାଜୀ ଓ ଓଡ଼ିଆ ଭାଷାରେ ଯେକୌଣସି ଲେଖା, ରଙ୍ଗ, ମୁଦ୍ରା, ନୋଟ ଆଦି ସବୁ ଜିନିଷକୁ ଅତି ସହଜରେ କହି ଦେଇପାରୁଛନ୍ତି । ତେବେ ଏଭଳି କଲା ବେଳେ ସେ ସେହି ସମୟରେ ଏକ ଅଲଗା ଦୁନିଆକୁ ଚାଲି ଯାନ୍ତି । ସୋନାଲିସାଙ୍କ ସହ ୫୨ ଜଣ ଏହି ବ୍ରେନ ଡେଭେଲେପମେଣ୍ଟ ପ୍ରଶିକ୍ଷଣ ନେଇଥିଲୋ ହେଲେ ପ୍ରଭୁଙ୍କ ଆଶୀର୍ବାଦରୁ ସୋନାଲିସାଙ୍କ ସହ ଅଳ୍ପ କେତେ ଜଣ ଏହି ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହୋଇ ପାରିଛନ୍ତି । ନିଜେ ସୋନାଲିସା କୁହନ୍ତି, ସବୁ ହେଉଛି ପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ।

ଆଖି ଆଗରେ ଥିବା ଯେକୌଣସି ପ୍ରତିବନ୍ଧକକୁ ସେ ଜାଣି ପାରୁଛନ୍ତି । ଆଖି ବନ୍ଦ କରି କହି ଦେଇ ପାରୁଛନ୍ତି ଅନେକ କିଛି । ଆଜି ମହାପ୍ରଭୁଙ୍କ ସ୍ନାନ ପୂର୍ବରୁ ପ୍ରବଳ ଖରା ଓ ଗୁଳୁଗୁଳି ହେଉଥିଲା । ତେବେ ପହଣ୍ଡି ପରେପ୍ରବଳ ବର୍ଷା ହୋଇଥିଲା। ଭକ୍ତଙ୍କୁ ଯେମିତି ତାତି ଓ ଗଳୁଗୁଳି କଷ୍ଟରୁ ରକ୍ଷା କରିବା ପାଇଁ ପ୍ରଭୁ ଚାହୁଁଥିଲେ । ଏହା ମହାପ୍ରଭୁଙ୍କ ମହିମା ବୋଲି ସୋନାଲିସା କହିଛନ୍ତି। ଏପଟେ ଝିଅର ଏହି ପ୍ରତିଭାକୁ ନେଇ ବାପା ମଧ୍ୟ ଭାରି ଖୁସି । ଗରିବ ପରିବାରର ହୋଇଥିଲେ ମଧ୍ୟ ବାପା,ମାଙ୍କ ପ୍ରେରଣା ଓ ନିଜ କଠିନ ଅଧ୍ୟବସାୟ ଯୋଗୁଁ ଏହି ବିଶେଷ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ସୋନାଲିସା । ତେବେ ସବୁ ଶ୍ରେୟ ଦିଅନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ।

Leave A Reply

Your email address will not be published.