ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

ଖସିଯିବା ସମୟରେ ଦୁର୍ବୃତ୍ତମାନେ ଛାତ୍ରୀକୁ ବ୍ଲେଡରେ ଆକ୍ରମଣ କରିବାରୁ ଛାତ୍ରୀଙ୍କ ହାତ ଓ ବେକରେ କ୍ଷତ ସୃଷ୍ଟି ହୋଇଛି। ସଂଜ୍ଞହୀନ ଅବସ୍ଥାରେ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ଛାତ୍ରୀ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଳିକା ଉଚିତ ବିଦ୍ୟାଳୟର

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ତେବେ ଛାତ୍ରୀ ଜଣଙ୍କ କୌଶଳ କ୍ରମେ ଗାଡି କାଚ ଭାଙ୍ଗି ଖସିଯିବାରେ ସଫଳ ହୋଇଥିଲେ। ଖସିଯିବା ସମୟରେ ଦୁର୍ବୃତ୍ତମାନେ ଛାତ୍ରୀକୁ ବ୍ଲେଡରେ ଆକ୍ରମଣ କରିବାରୁ ଛାତ୍ରୀଙ୍କ ହାତ ଓ ବେକରେ କ୍ଷତ ସୃଷ୍ଟି ହୋଇଛି।

ସଂଜ୍ଞହୀନ ଅବସ୍ଥାରେ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ଛାତ୍ରୀ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଳିକା ଉଚିତ ବିଦ୍ୟାଳୟର। ଛାତ୍ରୀ ଜଣଙ୍କ ପଟ୍ଟାମୁଣ୍ଡାଇ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏ ଘଟଣା ଘଟିଥିବା ଜଣା ପଡିଛି। ଅନ୍ୟପଟରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇ ଥିବା ବେଳେ ଗାଡି ଓ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.