ଗଞ୍ଜାମ: ଦିଗପହଣ୍ଡି ଚଷାନିମଖଣ୍ଡି ନିକଟରେ ପିଟିପିଟି ଦୁଇଜଣଙ୍କୁ ହତ୍ୟା

ଗଞ୍ଜାମ (କେନ୍ୟୁଜ୍):  ଡବଲ ମର୍ଡର । ପିଟିପିଟି ଦୁଇଜଣଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପାଳଝାଡି ଗାଁର ସୁଦର୍ଶନ ସୁଆର ଓ ସୁଧୀର କୁମାର ପାତ୍ର । ଗତକାଲି ଦୁଇଜଣ ଭୀଷ୍ମଗିରି ପଟୁ ଗାଁକୁ ଫେରୁଥିବାବେଳେ ସଉରା ପାହାଡ ନିକଟରେ କିଛି ଦୁର୍ବୃତ୍ତ ଅଟାକଇ ମାଡ ମାରି ଅଚେତ କରିଦେଇଥିଲେ । କିଛି ସମୟ ପରେ ରାସ୍ତାରେ ଯାଉଥିବା କିଛି ଲୋକ ସେମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.