ଯୁବତୀଙ୍କୁ ଅପହରଣ ଉଦ୍ୟମ, ଅଭିଯୁକ୍ତଙ୍କୁ ଧରିଲା କଟକ ଆରପିଏଫ ପୋଲିସ

କଟକ : ଯୁବତୀଙ୍କୁ ଅପହରଣ ଉଦ୍ୟମ। ଟ୍ରେନରେ ଅପହରଣ ଉଦ୍ୟମ ବେଳେ ଧରିଲା କଟକ ଆରପିଏଫ ପୋଲିସ । ନନ୍ଦନକାନନ ଏକ୍ସପ୍ରେସରେ ଯୁବତୀଙ୍କୁ ନେଇ ଯିବା ପାଇଁ ଉଦ୍ୟମ କରୁଥିଲା ଅଭିଯୁକ୍ତ ଯୁବକ। ହରିଆନାର ନୁହ ଜିଲ୍ଲା ନାଜିଣା ଅଞ୍ଚଳର ଯୁବକ ଗିରଫ। ଦୁଇ ମାସ ତଳେ ଯୁବତୀଙ୍କ ସହ ଫେସବୁକ୍ ରେ ପରିଚୟ ହେବା ସହ ସମ୍ପର୍କ ଗଢ଼ି ଉଠି ଥିଲା। ଗତ ୨୩ ତାରିଖ ଦିନ ଘରୁ ଲୁଚି ପଳାଇ ଆସିଥିଲେ ଯୁବତୀ । ପୁରୀ, ଭୁବନେଶ୍ବର ପରେ କଟକ ଆସିଥିଲେ।
ଓଡ଼ିଶା ବାହାରକୁ ଯାଇ ବିବାହ କରିବା ପାଇଁ ଯୋଜନା କରିଥିଲେ । କଟକ ଷ୍ଟେସନରେ ପହଞ୍ଚିବା ପରେ ଯୁବକଙ୍କ ପରିଚୟ ଭିନ୍ନ ବୋଲି ଜାଣିବାକୁ ପାଇଥିଲେ ଯୁବତୀ । ଫେସବୁକ୍ ରେ ଯୁବକଙ୍କ ନାଁ “ରାଜା” ଥିଲା । ଟ୍ରେନରେ ଚଢ଼ିବାକୁ ଅରାଜି ହୋଇଥିଲେ। ଯୁବତୀଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରେ । ସତ୍ୟବାଦୀ ଥାନାରେ ଆଜି ଏତଲା ଦେଇଥିଲେ ଯୁବତୀଙ୍କ ପରିବାରବର୍ଗ। ଉଦ୍ଧାର ଯୁବତୀ ଓ ଅଭିଯୁକ୍ତ ଉଭୟଙ୍କୁ ପରିବାରବର୍ଗ ଏବଂ ସତ୍ୟବାଦୀ ଥାନା ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କଲା କଟକ ଆର ପି ଏଫ୍ ପୋଲିସ ।