ପାଇକମାଲ ବଜାରରେ ବୁଲିଲା ଖଣ୍ଡା, ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ପଦ୍ମପୁର(କେନ୍ୟୁଜ୍): ପାଇକମାଲ ବଜାରରେ ଖୋଲମ ଖୋଲ୍ଲା ବୁଲିଲା ଖଣ୍ଡା। ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାର ପୂର୍ବତନ କର୍ମଚାରୀ ଗୋପାଳ ସାଙ୍କୁ ଆଜି ସକାଳ ସମୟରେ ପାଇକମାଲ ବଜାର ଠାରେ ଜଣେ ଅଜଣା ବ୍ୟକ୍ତି ଆତର୍କିତ ଭାବରେ ଏକ ଖଣ୍ଡାରେ ଆକ୍ରମଣ କରିଛି । ଆକ୍ରମଣ ଫଳରେ ଗୋପାଳଙ୍କ ବାମ ହାତ ଓ ଡାହାଣ ଗୋଡ଼ ଏବଂ ପିଠିରେ ଗଭୀର କ୍ଷତ ଲାଗିଛି ।

ଚିକିତ୍ସା ପାଇଁ ପ୍ରଥମେ ପଦ୍ମପୁର ଡାକ୍ତର ଓ ପରେ ବରଗଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦିନ ଦ୍ବିପ୍ରହରରେ ପାଇକମାଲ ଅଞ୍ଚଳରେ ଖଣ୍ଡା ବୁଲିବା ଏବଂ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ହିଁ ସ୍ପଷ୍ଟ  ଜଣା ପଡୁଛି ଯେ ପାଇକମାଲ ଅଞ୍ଚଳରେ ଗୁଣ୍ଡାରାଜ ବଢି ଚାଲିଛି । ଦେଖିବାକୁ ଗଲେ ଜଣେ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ହାଣିବା ପୋଲିସ ପ୍ରତି ଲୋକଙ୍କ ଭୟ କମି ଯାଉଥିବା ସୂଚନା ଦେଉଛି ।

Leave A Reply

Your email address will not be published.