ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଭୁଜାଲି ମାଡ଼, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବାସୁଦେବପୁର(କେନ୍ୟୁଜ୍):  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଭୁଜାଲି ମାଡ଼ । ଘଟଣା ଘିଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଡୁଆ ପଞ୍ଚାୟତର ପଡୁଆ ଗାଁରେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ସୋର ଡାକ୍ତରଖାନା ପରେ କଟକ ସ୍ଥାନାନ୍ତର କରାଯାଇଛି । ସେହି ପଞ୍ଚାୟତର ଭରତ ମଳିକ ଦୀର୍ଘ ୨ବର୍ଷ ହେବ ନିଜର ଅଟୋରେ ମଦ ଦୋକାନରୁ ମଦ ନେଇ ଅନ୍ୟ ଜାଗାରେ ଦେଉଥିଲେ । ହେଲେ ଗୋପାଳପୁର ପୋଲିସ ଅଟୋ ସହ ମଦ ଜବତ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା ।

ପରେ ଭରତ ବେଲରେ ଆସି ମଦ ଦୋକାନୀ ମାଲିକକୁ ନିଜର ଅଟୋକୁ ଥାନାରୁ ଆଣି ଦେବାକୁ ବାରମ୍ବାର କହିଆସୁଥିଲା । ହେଲେ ମଦ ଦୋକାନୀ ଦିନ ଗଡ଼ାଇ ଚାଲିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା । ଏହି ଘଟଣାକୁ କେନ୍ଦ୍ର କରି ଭରତଙ୍କୁ ଡାକି ଆକ୍ରମଣ କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଘଟଣା ନେଇ ପୋଲିସରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.