୨୦ଟଙ୍କା ପାଇଁ ମେଡିକାଲ ଷ୍ଟୋର ମାଲିକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ, ଦେଖନ୍ତୁ ଭିଡିଓ

ନବରଙ୍ଗପୁର(କେନ୍ୟୁଜ୍):  ମେଡିକାଲ ଷ୍ଟୋର ମାଲିକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ ସିସିଟିଭି ରେ କଏଦ ହେଲା ଭିଜୁଆଲ । ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ଗତ ୨୦ ତାରିଖ ଦିନ ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବି ମାଳିଗୁଡା ଗ୍ରାମର ମେଡିକାଲ ଷ୍ଟୋର ମାଲିକ କାହ୍ନ ଦାଶ ରାତିରେ ଦୋକାନ ବନ୍ଦ କରି ଘରେ ଥିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ବାହାରକୁ ଡାକିଥିଲେ । ପରେ  ମିଳିତ ଭାବେ ଠେଙ୍ଗା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାର ଭିଡିଓ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏନେଇ କାହ୍ନୁ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି । ପୋଲିସ ଘଟଣାକୁ ଗୁରୁତ୍ବ ଦେଇ ତନାଘନା ଆରମ୍ଭ କରିଛନ୍ତି । ଏହି ଘଟଣାର ସିସିଟିଭି ଭିଡିଓ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ଜଣେ ବ୍ୟକ୍ତି ଚିରା କୋଡ଼ିଏ ଟଙ୍କା ଦେଇ  ମେଡ଼ିସିନି କିଣିବାକୁ ଆସିଥିଲେ । କିନ୍ତୁ ମେଡ଼ିସିନ ଦୋକାନୀ ତାଙ୍କୁ ନୋଟଟି ଚଳିବନି କହି ମେଡ଼ିସିନ ଦେଇନଥିଲେ। ଏହାକୁ ନେଇ ଦୋକନୀ ଓ ଗ୍ରାହକଙ୍କ ମଧ୍ୟରେ କଥା କଟକାଟି ହୋଇଥିଲା। ପରେ ଗ୍ରାହକ ଜଣକ ନିଜ ସମ୍ପର୍କୀୟଙ୍କୁ ଡାକି ରାତିରେ ମେଡ଼ିସିନ  ଦୋନାନୀକୁ ବାହାରକୁ ଡାକି ନିସ୍ତୁକ ପିଟିଥିଲେ। ଯାହାର ସିସିଟିଭି ଭିଜୁଆଲ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.