ପୁରୀ କାଶିପୁର ଗାଁରେ ବୁଲିଲା ଖଣ୍ଡା, ଆହତ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ପୁରୀରେ ପୁଣି ହଣାକଟା । ପୁରୀ କଣ୍ଠପୁରର କାଶିପୁର ଗାଁରେ ବୁଲିଲା ଖଣ୍ଡା । ପଡୋଶୀଙ୍କ ଭିତରେ ଗଣ୍ଡଗୋଳ, ହଣାକଟା । ସାଧାରଣ ଘଟଣା ନେଲା ଆକ୍ରୋଶର ରୂପ । ଉଭୟ ପରିବାରର ବହୁ ସଦସ୍ୟ ଆହତ ହୋଇଛନ୍ତି। ଉଭୟ ପକ୍ଷ ଘରେ ପଶି ଖଣ୍ଡାରେ ମାରିଥିବା ଅଭିଯୋଗ କରିଛନ୍ତି ।

ପୁରୀ (କେନ୍ୟୁଜ): ପୁରୀରେ ପୁଣି ହଣାକଟା । ପୁରୀ କଣ୍ଠପୁରର କାଶିପୁର ଗାଁରେ ବୁଲିଲା ଖଣ୍ଡା । ପଡୋଶୀଙ୍କ ଭିତରେ ଗଣ୍ଡଗୋଳ, ହଣାକଟା । ସାଧାରଣ ଘଟଣା ନେଲା ଆକ୍ରୋଶର ରୂପ । ଉଭୟ ପରିବାରର ବହୁ ସଦସ୍ୟ ଆହତ ହୋଇଛନ୍ତି। ଉଭୟ ପକ୍ଷ ଘରେ ପଶି ଖଣ୍ଡାରେ ମାରିଥିବା ଅଭିଯୋଗ କରିଛନ୍ତି ।

ଶଙ୍କରଙ୍କ ଘର ସମ୍ମୁଖରେ ପଡୋଶୀ ପ୍ରଭାକର ବାଲି ଗଦାଇ ରଖିଥିଲେ । ଘର ସମ୍ମୁଖରେ ଥିବା ଠାକୁରଙ୍କୁ ପାଣି ଦେବା ବେଳେ ପ୍ରଭାକରଙ୍କ ବାଲିଗଦାର କିଛି ଅଂଶରେ ପାଣି ପଡିଯାଇଥିଲା। କ୍ରୋଧାନ୍ଵିତ ହୋଇ ଶଙ୍କର ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଭାକରଙ୍କ ପରିବାର ଲୋକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ପ୍ରଭାକର ଓଲଟା ଅଭିଯୋଗ କରିଛନ୍ତି ଯେ, ଶଙ୍କରଙ୍କ ପରିବାରର ୮ରୁ ୧୦ଜଣ ମିଶି ତାଙ୍କ ପୁଅ ବାଦଲକୁ ଆକ୍ରମଣ କରିଛନ୍ତି। ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସଦର ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । .

Leave A Reply

Your email address will not be published.