ପୋଲିସ SIଙ୍କୁ ପିଟି ଆସାମୀକୁ ଛଡ଼ାଇ ନେଲେ ଦୁର୍ବୃତ୍ତ, ତିଗିରିଆ ମେଡିକାଲରେ ହେଲେ ଭର୍ତ୍ତି

ଆଠଗଡ଼(କେନ୍ୟୁଜ୍): ପୋଲିସ ଏସ୍ଆଇଙ୍କ ଉପରେ ଆକ୍ରମଣ । ସର୍ଭିସ ରିଭଲଭର ଛଡ଼ାଇ ନେଲେ ଦୁର୍ବୃତ୍ତ । ପୋଲିସ୍ ଗାଡ଼ି ଭଙ୍ଗାରୁଜା । ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଦୁର୍ଗା ବଜାରରେ ଏହି ଘଟଣା ଘଟିଛି । ଢେଙ୍କାନାଳ ଟାଉନ ଥାନା ଏସ୍ଆଇ ଚନ୍ଦ୍ରକାନ୍ତ ସେଠୀ ଓ କିଛି ପୋଲିସ କର୍ମଚାରୀ ଆଜି ସଂଧ୍ୟାରେ ନାବାଳିକା ଅପହରଣ ମାମଲାରେ ନୂଆପାଟଣା ପଙ୍କାଳ ଗାଁର ଜଣେ ଅଭିଯୁକ୍ତକୁ ଦୁର୍ଗାବଜାର ନିକଟରେ କାବୁ କରିଥିଲେ ।
ଏହି ସମୟରେ ହଠାତ ଦୁର୍ବୃତ୍ତମାନେ ପୋଲିସ ଉପରେ ଆକ୍ରମଣ କରିବା ସହ ଆସାମୀକୁ ଛଡ଼ାଇଇ ନେଇଥିଲେ । ଦୁର୍ବୃତ୍ତମାନେ ପୋଲିସ ଗାଡ଼ିକୁ ଭଙ୍ଗାରୁଜା ସହ ଏସଆଇ ଚନ୍ଦ୍ରକାନ୍ତ ସେଠୀଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କ ରିଭଲଭର ଛଡ଼ାଇ ନେଇଛନ୍ତି । ଏସଆଇ ଚନ୍ଦ୍ରକାନ୍ତ ସେଠୀଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ DSP, ତିଗିରିଆ, ଆଠଗଡ଼ ଓ କାନପୁର ଥାନାର ଆଇଆଇସି ପହଞ୍ଚି ତଦନ୍ତ ଚଳାଇଛନ୍ତି ।