ଗଞ୍ଜାମ: ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ାଘରେ ଲଙ୍କାକାଣ୍ଡ, ଭଙ୍ଗାରୁଜା ସହ ବୋମାମାଡ଼ କଲେ ଦୁର୍ବୃତ୍ତ

ଗଞ୍ଜାମ(କେନ୍ୟୁଜ୍):  ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ। ଖଲ୍ଲିକୋଟ ସ୍ଥିତ ନିର୍ମଳଝର ନିକଟରେ ଥିବା ତାଙ୍କ ଭଡ଼ା ଘରେ ବୋମା ମାଡ଼ ସହ ଭଙ୍ଗାରୁଜା କରିଛନ୍ତି। ଘରେ ବିଧାୟିକା ନଥିବା ବେଳେ ଦୁର୍ବୃତ୍ତମାନେ ଘର ବାହାରେ ଭଙ୍ଗାରୁଜା କରିଥିଲେ । ସେମାନେ ଘରେ ଲାଗିଥିବା କାଚ ଏବଂ ଦୁଇଟି ବାଇକକୁ ଭାଙ୍ଗି ଦଇଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁରର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଦୁର୍ବୃତ୍ତମାନେ ପୂର୍ବ ଶତ୍ରୁତାକୁ ନେଇ ଏହି ବୋମାମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଆହତ ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପ.ରେ .ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ବ୍ରହ୍ମପୁରର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.