କେବେ ସୁଧୁରିବେ ଆମ ଲୋକେ: ପୁଣି ଗାଡ଼ି ଡିକିରେ ଟଙ୍କା ରଖି ଖାଇବାକୁ ଯିବା ପରେ ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭିରେ ରେକର୍ଡ ହେଲା ଭିଜଆଲ

ଅନନ୍ଦପୁର(କେନ୍ୟୁଜ୍): ୨୦ ନଂ ଜାତୀୟ ରାଜପଥ ଆନନ୍ଦପୁର ବେଲବାହାଳି ବାଇପାସ୍ ନିକଟ ଏକ ଢାବା ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଢାବାରେ ଲାଗିଥିବା ସିସିଟିଭିରେ ଲୁଟ୍ ସମୟର ପୁରା ଚିତ୍ର କଏଦ ହୋଇଛି । ଏନେଇ ଲୁଟର ଶିକାର ହୋଇଥିବା ଯୁବକ ଘଷିପୁରା ଥାନାରେ ଏକ ମାମଲା ଦାୟର କରିବାପରେ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାଇ ଭଦ୍ରକର ଲକ୍ଷ୍ମୀ ଅଟୋ ସିଣ୍ଡିକେଟରେ କଲେକସନ ଏଜେଣ୍ଟ ଭାବେ କାମ କରୁଥିବା ସୁଶାନ୍ତ ପଣ୍ଡା କ୍ୟାସ୍ କଲେକସନ ପାଇଁ ଆନନ୍ଦପୁର ଆସିଥିଲେ । କେତେକ ଅଟୋମେବାଇଲ୍ ଦୋକାନରୁ ବକେୟା ଟଙ୍କା କଲେକସନ୍ କରିବା ପରେ ବାଇକ୍ ଡିକିରେ ଟଙ୍କାରଖି ସଂପୃକ୍ତ ଢାବାରେ ଖାଇଥିଲେ । ଏହି ସମୟରେ ଏକ ଗ୍ଲାମର ଗାଡିରେ ଆସି ୨ଜଣ ଦୁର୍ବୁତ୍ତ ନକଲି ଚାବିରେ ଡିକି ଖୋଲି ଟଙ୍କା ନେଇ ଫେରାର ହୋଇଥିଲେ ।  ପରେ ଢାବା ସିସି ଟିଭି ଜାଞ୍ଚ ପରେ ଚୋରି ନେଇ  ସ୍ପଷ୍ଟ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.