ଯାଜପୁର: ଦିନ ଦ୍ବିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଦୁର୍ବୃତ୍ତ ଫେରାର, ଗାଡ଼ିରୁ ଖସି ପଡି ମହିଳା ଗୁରୁତର

କେନ୍ୟୁଜ୍(ବ୍ୟୁରୋ):  ଦିନ ଦ୍ବିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୁତ୍ତ। ବେକରୁ ସୁନା ଚେନ ଲୁଟିବା ସମୟରେ ମହିଳା ଜଣକ ଯାଉଥିବା ବାଇକରୁ ଖସିପିଡ଼ି ଗୁରୁତର ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ ନାକପୋଲ-ସାରୋଇକୁ ସଂଯୋଗ କରୁଥିବା ହାଇଲେଭଲ କେନାଲ ରାସ୍ତାରେ। ସୂଚନା ମୁତାବକ ସ୍ଥାନୀୟ ଗଡ଼ମଧୁପୁର ଗ୍ରାମର ସୁବ୍ରତ ବାରିକ, ତାଙ୍କ ପତ୍ନୀ ରଶ୍ମିତା ବାରିକ ଓ ଦୁଇ ଛୋଟ ପୁଅ ଝିଅଙ୍କୁ ସାଙ୍ଗରେ ନେଇ ଆଜି ନିଜ ବାଇକ ଯୋଗେ ଛତିଆ ସ୍ଥିତ ଶ୍ୱଶୁର ଘର ଅଭିମୁଖେ ଯାଉଥିବା ବେଳେ ନାକପୋଲ-ସାରୋଇ ହାଇଲେଭଲ କେନାଲ ରାସ୍ତାରେ ଏକ ଆପାଚି ବାଇକରେ ଜଣେ ଦୁର୍ବୁତ୍ତ ଆସି ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ।

jajpur 3

ଏହି ସମୟରେ ମହିଳା ଜଣକ ବାଇକରୁ ଖସିପଡି ଗୁରୁତର ଭାବେ ଆହତ ହୋଇଛନ୍ତି। ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। ତେବେ ମହିଳା ଜଣଙ୍କ ବେକରେ ଏକ ସୁନା ଚେନ ଓ ହାର ପିନ୍ଧିଥିବା ବେଳେ ଦୁଇଟି ଯାକ ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି। ଲୁଟ ହୋଇଥିବା ସୁନାର ଓଜନ ପାଖାପାଖି ୫ଭରି ହେବ ବୋଲି ଜଣାଯାଇଛି। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.