ରାଜଗାଙ୍ଗପୁରରେ ଫୁଟିଲା ଗୁଳି, ଜଣେ ଗୁରୁତର

ସୁନ୍ଦରଗଡ଼ : ରାଜଗାଙ୍ଗପୁର ସହରରେ ଗୁଳି ଫୁଟିବାରୁ ଜଣେ ଗୁରୁତର ହୋଇଛନ୍ତି । ଆଜି ଅପରାହ୍ଣ ପ୍ରାୟ ୨.୩୦ ଘଟିକା ସମୟରେ ଏମଡି ସମସେରଙ୍କୁ କେହି ଗୁଳି କରିଥିଲା ।  ଫଳରେ ତାଙ୍କ ହାତରେ ଗୁଳି ବାଜିବାରୁ ସେ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । କେଉଁ ଘଟଣା ପାଇଁ ଓ କେଉଁଠି ଗୁଳି ଫୁଟିଛି ତାହା ଏବେ ଅସ୍ପଷ୍ଟ ରହିଛି । ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।