ଯାଜପୁର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ,୨ଜଣ କର୍ମଚାରୀ ଆହତ

ଯାଜପୁର(କେନ୍ୟୁଜ୍):  ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ। ଏଥିରେ ୨ଜଣ କର୍ମଚାରୀ ଆହତ । ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟସ୍ଥ ଏକ ପେଟ୍ରୋଲପମ୍ପର କର୍ମଚାରୀ ବ୍ୟାଙ୍କରେ ଟଙ୍କା ଜମାକରିବାକୁ କାରରେ ଯାଉଥିବା ବେଳେ ଛତିଆ ବିଟ ହାଉସର ଅନତି ଦୂରରେ ୩ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି କାର ଉପରକୁ ଗୁଳି ମାଡ଼ କରିଥିଲେ ।

ଗୁଳି ମାଡ଼ରେ ୨ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ବୃତ୍ତମାନେ ଟଙ୍କା ନେଇପାରିନାହାନ୍ତି । ଟଙ୍କା ବ୍ୟାଗ ଭାବି ଦୁର୍ବୁତ୍ତମାନେ କାଗଜପତ୍ର ଥିବା ବ୍ୟାଗକୁ ନେଇ ଫେରାର ହୋଇଯାଇଛନ୍ତି । ଖବର ପାଇ ଯାଜପୁର ଅତିରିକ୍ତ ଏସପି ନାରାୟଣ ବାରିକ ଓ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣା ସ୍ଥଳରେ ପହଁଚି ସିସିଟିଭି ଫୁଟେଜକୁ ଦେଖି ତଦନ୍ତ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.