ଅପହରଣ ପରେ ନାବାଳକା ମୁଣ୍ଡ ଜାମିନ ପାଇଁ ଦୁର୍ବୃତ୍ତ ମାଗିଥିଲେ ୫୦ଲକ୍ଷ ଟଙ୍କା, ଦେଇ ନପାରିବାରୁ ଜୀବନ ନେଲେ
ଅର୍ଦ୍ଧଦଗ୍ଧ ଭାବେ ନାବାଳର ମୃତଦେହ ମିଳିଛି । ଗତ ୨୭ ତାରିଖରେ ସରବାହାଲ ସ୍ଥିତ କ୍ରିଷ୍ଣା ଆପାର୍ଟମେଣ୍ଟରୁ ୧୫ବର୍ଷର ନାବାଳକଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ ।ଅପହରଣ ପରେ ନାବାଳକଙ୍କ ବାପାକୁ ୫୦ଲକ୍ଷ ଟଙ୍କା ମାଗିଥିଲେ । ଏନେଇ ନାବାଳକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ।

ଝାରସୁଗୁଡା(କେନ୍ୟୁଜ୍): ଅପହରଣ ପରେ ନାବାଳକକୁ ହତ୍ୟା । ଝାରସୁଗୁଡା ଜିଲ୍ଲା ସରବାହାଲରୁ ଅପହରଣ ହୋଇଥିବା ନାବାଳକର ମୃତଦେହ ମିଳିଛି । ଭେଡେନ୍ ଥାନା ଖୁଣ୍ଟୁଲିପାଲି ବିଦ୍ୟୁତ ଗ୍ରୀଡ଼ ପାଖରୁ ଠାବ ହୋଇଛି ମୃତଦେହ। ଅର୍ଦ୍ଧଦଗ୍ଧ ଭାବେ ନାବାଳର ମୃତଦେହ ମିଳିଛି । ଗତ ୨୭ ତାରିଖରେ ସରବାହାଲ ସ୍ଥିତ କ୍ରିଷ୍ଣା ଆପାର୍ଟମେଣ୍ଟରୁ ୧୫ବର୍ଷର ନାବାଳକଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ ।
ଅପହରଣ ପରେ ନାବାଳକଙ୍କ ବାପାକୁ ୫୦ଲକ୍ଷ ଟଙ୍କା ମାଗିଥିଲେ । ଏନେଇ ନାବାଳକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଝାରସୁଗୁଡା ପୋଲିସର ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଥିଲା । ଆଜି ନାବାଳକର ମୃତଦେହ ମିଳିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଝାରସୁଗୁଡ଼ା ପୋଲିସ ।