ରାଜଧାନୀର ଛକରେ ବୁଲିଲା ଛୁରୀ, ବିଚ ରାସ୍ତାରେ ସର୍ବ ସମ୍ମୁଖରେ ଯୁବକକୁ ଛୁରା ମାଡ଼ କରି ହତ୍ୟା

ଭୁବନେଶ୍ବର(କେନ୍ୟୁଜ୍):ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ ଭୁବନେଶ୍ବର। ଅପରାଧୀମାନେ ବେଧଡ଼କ ହୋଇ ଘଟାଇ ଚାଲୁଛନ୍ତି ଗୋଟିଏ ପରେ ଗୋଟିଏ ନାରକୀୟ କାଣ୍ଡ। ଆଜି ପୁଣି ଜନଗହଳୀ ସ୍ଥାନରେ ଜଣେ ଯୁବକକୁ ଛୁରା ମାଡ଼ କରି ଜୀବନରୁ ମାରିଦେଇଛନ୍ତି ଦୁର୍ବୃତ୍ତମାନେ । ବିଚ ରାସ୍ତାରେ ସର୍ବ ସମ୍ମୁଖରେ ଯୁବକକୁ ଛୁରା ମାଡ଼ କରି ହତ୍ୟା କରିଛନ୍ତି। ଘଟଣା ଘଟିଛି ଭୁବନେଶ୍ୱର ପ୍ରେସ ଛକ ନିକଟରେ। ଦୁର୍ବୃତ୍ତମାନେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକ ମୃତ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତକ ଜଣକ ଗାଢକଣର ଚିଣ୍ଟୁ ବୋଲି ଜଣାପଡିଛି।
ଗୋଷ୍ଠୀ ସଂଘର୍ଷକୁ ନେଇ ହତ୍ଯାକାଣ୍ଡ ହୋଇଥିବା ପ୍ରାଥମିକ ସ୍ତରରେ ଜଣା ପଡିଛି। ଅଭିଯୁକ୍ତ ମାନେ ନୟାପଲ୍ଲୀ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ପୋଲିସର ଦୁର୍ବଳ ପାଟ୍ରୋଲିଂ ଏହାର ମୁଖ୍ୟ କାରଣ ବୋଲି ସ୍ଥାନୀୟ କିଛି ଲୋକ ପ୍ରତିକ୍ରିୟାରେ କହିଛନ୍ତି।