ଜମିବାଡି ବିବାଦରୁ ହତ୍ୟା ଉଦ୍ୟମ, ଘର ବାହାରେ ତାଲା ପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଭଦ୍ରକ(କେନ୍ୟୁଜ): ଜମିବାଡି ବିବାଦରୁ ଘରପୋଡି ହତ୍ୟା ଉଦ୍ୟମ। ଘର ବାହାରେ ତାଲା ପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ପୂର୍ବ ଶତୃତା ଲାଗିରହିଥିବାରୁ ଆକ୍ରୋଶମୂଳକ ଭାବେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହି ଅଞ୍ଚଳର ସୁଦର୍ଶନ ଦାସ ୬ଜଣ ପରିବାର ସଦସ୍ୟଙ୍କ ସହ ଘର ଭିତରେ ଶୋଇଥିଲେ।

ନିଆଁ ଲାଗିଯିବାରୁ ଜୀବନ ବିକଳରେ ବାହାରକୁ ଦୌଡିବାକୁ ଲାଗିଲେ। ବାହାରେ ତାଲା ପଡିଥିବାରୁ ଝରକା ଭାଙ୍ଗି ସମସ୍ତେ ବାହାରିଥିଲେ। ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.