ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଉଠାଇ ବାହାରକୁ ଆସୁଥିବା ବେଳେ ଶିକ୍ଷକଙ୍କ ଠାରୁ ଝାମ୍ପିନେଲେ ଲୁଟେରା

ଭଦ୍ରକ(କେନ୍ୟୁଜ୍):  ଷ୍ଟେଟ ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଉଠାଇ ବାହାରକୁ ଆସୁଥିବା ବେଳେ ଶିକ୍ଷକଙ୍କ ଠାରୁ ଟଙ୍କା ଲୁଟ।  ଏଭଳି ଘଟଣା ଆଜି ଭଦ୍ରକ ସହର ସ୍ଥିତ ଅପର୍ତ୍ତିବିନ୍ଧା ଛକରେ ଘଟିଛି।  ଆଜି ବନ୍ତ ବ୍ଲକ କାଦବରାଙ୍ଗ ହାଇ ସ୍କୁଲର ଅଶୋକ କୁମାର ଖିଲାର ନାମକ ଜଣେ ଶିକ୍ଷକ ଅପର୍ତ୍ତିବିନ୍ଧା ଛକ ସ୍ଥିତ ଷ୍ଟେଟ ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଉଠାଇ ଥିଲେ ଆସନ୍ତା କାଲି ଗୋଟିଏ ଜାଗା କିଣିବା ପାଇଁ।

ସେ ଟଙ୍କା ଉଠାଇ ବ୍ୟାଗରେ ଭର୍ତ୍ତି କରି ବାହାରକୁ ଆସୁଥିବା ବେଳେ ଦୁଇ ଜଣ ଯୁବକ କଳା ପଲସର ଗାଡିରେ ଆସି ହଠାତ ଟଙ୍କା ବ୍ୟାଗକୁ ଅଶୋକଙ୍କ ଠାରୁ ଝାମ୍ପି ନେଇ ଆରଡ଼ି ଛକ ଆଡେ ଦ୍ରୁତ ଗତିରେ ପଳାଇ ଯାଇଥିଲେ।

ତେବେ ଅଶୋକଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ମାନେ ଯୁବକ ଦୁଇ ଜଣଙ୍କୁ ପିଛା କରିଥିଲେ ମଧ୍ୟ ପାଇ ନଥିଲେ।  ପରେ ଖବର ପାଇ ଭଦ୍ରକ ଟାଉନ ପୋଲିସ ଅଶୋକଙ୍କୁ ବସାଇ ଦୁର୍ବୁତ୍ତଙ୍କୁ ପିଛା କରିଥିଲେ ମଧ୍ୟ ପାଇ ନାହାନ୍ତି। ତେଣୁ ପୋଲିସ ସିସି ଟିଭି ଦେଖିବା ସହିତ ଏହି ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.