କେନ୍ଦୁଝର: ଦିନ ଦ୍ବିପ୍ରହରେ ଲୁଟ୍,ବ୍ୟାଙ୍କ ସାମ୍ନାରୁ ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ୨ ଲକ୍ଷ ୩୦ ହଜାର ଟଙ୍କା

କେନ୍ଦୁଝର(କେନ୍ୟୁଜ୍): ପୁଣି ମାତିଲେ କଳା ପଲସର ଲୁଟେରା । ବ୍ୟାଙ୍କ ସାମ୍ନାରୁ ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ଟଙ୍କା । କେନ୍ଦୁଝର ଜିଲ୍ଲା ଟାଉନ ଥାନା ନିକଟରେ ଥିବା ଡି ସି ବି ବ୍ୟାଙ୍କ ସାମ୍ନାରୁ ୨ ଲକ୍ଷ ୩୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଝାମ୍ପି ନେଇଥିବାର ଅଭିଯୋଗ ହୋଇଛି । ଜଣେ ବ୍ୟବସାୟୀ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ଆସିଥିବା ବେଳେ ଦୁର୍ବୃତ୍ତମାନେ କାରରୁ ଲୁଟ କରିଥିବାର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଯୋରଦାର ତଦନ୍ତ କରିଛି ।
ସୂଚନା ମୁତାବକ, ଆଜି ଦିନ ୧୨ଟା ସମୟରେ ଯଯାତି ବେହେରା ନାମକ ଜଣେ ବ୍ୟବସାୟୀ ନିଜ ଆଦାୟ ୧୦ ଲକ୍ଷ ୩୦ ହଜାର ଟଙ୍କାରୁ ୮ ଲକ୍ଷ ଟଙ୍କା ଲକ୍ଷ ଟଙ୍କା DCB ରେ ଜମା କିରିବାକୁ ଯାଇଥିଲେ ଅବଶିଷ୍ଟତ ୨ ଲକ୍ଷ ୩୦ ହଜାର ଟଙ୍କା କାରରେ ଥିବା ନିଜ ଭାଇ ପାଖରେ ଛାଡି ଯାଇଥିଲେ । ପୂର୍ବରୁ ତାଙ୍କୁ ପିଛା କରୁଥିବ ଏକ କଳା ପଲସର ଗାଡିରେ ୩ ଜଣ ଦୁର୍ବୃତ୍ତ ଆସି କାରରେ ଥିବା ଯଯାତିଙ୍କ ଭାଇଙ୍କୁ ଏକ ଦୋକାନର ଠିକଣା ପଚାରିଥିଲେ। ଯଯାତିଙ୍କ ଭାଇ ସେମାନଙ୍କୁ ଠିକଣା ବିଷୟରେ କହିବା ବେଳେ ହଠାତ ତାଙ୍କଠାରୁ ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇଥିଲେ ଦୁର୍ବୃତ୍ତ । ଏ ନେଇ ଟାଉନ ପୋଲିସ ନିକଟରେ ଅଭିଯୋଗ ପରେ ପୋଲିସ ବିଭିନ୍ନ ରାସ୍ତାକୁ ସିଲ କରି ତଦନ୍ତ ଆରମ୍ଭ କରିଛି ।