ଭୁବନ ଏନଏସିରେ ବଢୁଛି ଚୋରି: ମଦ ଦୋକାନରୁ ଚୋରି କରି ସିସିଟିଭି ହାର୍ଡଡିସ୍କ ନେଇଗଲେ ଦୁର୍ବୃତ୍ତ

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ ଦିନକୁ ଦିନ ବଢ଼ିଚାଲିଛି ଚୋରି ଡକାୟତି। ଗତକାଲି ଦିନ  ଦ୍ବିପ୍ରହରେ ଦୁର୍ବୃତ୍ତ ଘର ଭିତରେ ପଶି ସୁନା ଚେନ ବେକରୁ ଛିଡାଇ ନେଇ ପଳାଇ ଯାଇଥିଲେ। ଏବଂ ୨୪ ଘଣ୍ଟା ନ ପୁରୁଣୁ ଆଜି ଘଟି ଯାଇଛି ଅନ୍ୟ ଏକ ଚୋରି ।ଭୁବନ ୩ ନମ୍ବର ୱାର୍ଡ ଅନର୍ଗତ ବେଠିଆ ପାଳ ରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରୁ ଆନୁମାନିକ ଆଠ ଲକ୍ଷ ଟଙ୍କାର ଚୋରି ହୋଇଯାଇଛି ।

ମଦ ଦୋକାନରେ ଲାଗିଥିବା ୪ ଟି ସିସିଟିଭି ସହିତ ଭିତରେ ରେକୋଡ଼ିଁ କରୁଥିବା ସିସିଟିଭି ର ହାର୍ଡଡିସ ମଧ୍ୟ ନେଇ ଯାଇଛନ୍ତି । ପାଖରେ ଥିବା ଅନ୍ୟ ଏକ ପାନ ଦୋକାନ ର କବାଟ ଭାଙ୍ଗି ମଧ୍ୟ ଆନୁମାନିକ ସାତ ହଜାର ଟଙ୍କାର ସାମଗ୍ରୀ ଚୋରି ହେଇଯାଇଛି । ତେବେ ବର୍ତ୍ତମାନର ପ୍ରଶ୍ନ ଭୁବନ ଅଞ୍ଚଳରେ ବଢ଼ି ଚାଲିଥିବା ଚୋରି ଡକାୟତି ପାଇଁ ଭୁବନ ପୋଲିସ କରୁଛନ୍ତି କଣ । ଭୁବନବାସୀଙ୍କୁ ସୁରକ୍ଷା ଦବାରେ ପୋଲିସ ବାରମ୍ବାର ବିଫଳ ହେବାର କାରଣ କଣ? କଣ ଭୁବନ ପୋଲିସ ନିଦରେ ସୋଇଯାଇଛନ୍ତି ନା ଜାଣିଶୁଣି କିଛି ଦୃଢ଼ ପଦକ୍ଷେପ ନେବାକୁ ଚାହୁଁନାହାନ୍ତି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.