ଗଂଜାମ: ବିଧବା ମହିଳା ଘରେ ଶୋଇଥିବା ବେଳେ ପଶିଲେ ଦୁର୍ବୃତ୍ତ, ହତ୍ୟା କରି ଲୁଟିନେଲେ ୩ ଭରି ଓଜନର ସୁନା ଅଳଙ୍କାର

ବ୍ରହ୍ମପୁର(କେନ୍ୟୁଜ୍): ଗଂଜାମ ଜିଲ୍ଲା ଜରଡା ଥାନା ମହାଦେଇପୁର ଗାଁରେ ଘଟିଛି ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ଗାଁର ବିଧବା ମହିଳା ମୁକୁତା ପ୍ରଧାନ ଘରେ ଶୋଇଥିବା ବେଳେ ଲୁଟେରା ପଶି ତାଙ୍କୁ ହତ୍ୟା କରି ମୁକୁତା ପିନ୍ଧି ଥିବା ତିନି ଭରି ସୁନା ଅଳଙ୍କାର ଲୁଟି ନେଇଯାଇଥିବା ଅଭିଯୋଗ ହୋଇଛି ।

ଏହି ସମୟରେ ପରିବାରର କୌଣସି ସଦସ୍ୟ ଘରେ ନଥିବା ଜଣାପଡିଛି । ଖବର ପାଇ ଜରଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗାଁରେ ଏହିପରି ହତ୍ୟାକୁ ନେଇ ସଂପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

Leave A Reply

Your email address will not be published.