ରିଷ୍ଟ ଖଣ୍ଡନ ଏବଂ ଭବିଷ୍ୟବାଣୀ ମାମଲା, ମହିଳାଙ୍କ ଠାରୁ ସୁନା ଚେନ ଓ ମୁଦି ଲୁଟିନେଲା ଲୁଟେରା

ରାଉରକେଲା : ଅଭିନବ ଉପାୟରେ ମହିଳାଙ୍କ ଠାରୁ ସୁନା ଚେନ ଓ ମୁଦି ଲୁଟିନେଲା ଲୁଟେରା ।  ମକର ସଂକ୍ରାନ୍ତି ରେ ମନ୍ଦିର ଯାଉଥିବା ମହିଳାଙ୍କୁ ଲୁଟିନେଲେ ଲୁଟେରା ।  ରିଷ୍ଟ ଖଣ୍ଡନ ଏବଂ ଭବିଷ୍ୟ ବାଣୀ କହି ଦିନ ଦ୍ୱିପ୍ରହରରେ ରାଉରକେଲା ମାଲଗୋଦାମ ଛକ ମୁଖ୍ୟ ମାର୍ଗରେ ସୁନା ଚେନ୍ ଏବଂ ମୁଦି ଲୁଟ୍ କରିଥିବା ଅଭିଯୋଗ ହୋଉଛି । ଲୁଟ୍ ବେଳର ଘଟଣା ସିସିଟିଭି ରେ କଏଦ ।

ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୋଲିସ ତଦନ୍ତ ଜାରି । ଲୁଟ୍ ଘଟଣାରେ ଦୁଇ ଜଣ ସାମିଲ ଥିବା ସୂଚନା । ମହିଳା ଜଣଙ୍କ ମନ୍ଦିର ଯାଇ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଡାକ୍ତରଙ୍କ କ୍ଲିନିକର ଠିକଣା ପଚାରିଥିଲେ । ପରେ ପୁଅର ମୃତ୍ୟୁ ହୋଇଯିବ , ଘରେ ଅସୁବିଧା ହେବ ଏବଂ ଅନ୍ୟାନ୍ୟ ରିଷ୍ଟ ଘଟିବ ବୋଲି କହି ମହିଳାଙ୍କୁ ଭୁଆଁ ବୁଲାଉଥିଲେ  ।  ମହିଳା ମଧ୍ୟ ତାଙ୍କ କଥାରେ ପଡି ଯାଇଥିଲେ ।

ସୁନା ମୁଦି ଏବଂ ଚେନ ଗଙ୍ଗା ଜଳରେ ଧୁଅନ୍ତୁ ଏବଂ ପିନ୍ଧନ୍ତୁ ନଚେତ ପରିବାରରେ ଅନିଷ୍ଟ ହେବ ବୋଲି ମହିଳାଙ୍କୁ କହିଥିଲେ । ମହିଳା ଜଣଙ୍କ ତାଙ୍କ ସୁନା ମୁଦି ଏବଂ ଚେନ ଖୋଲି ଦୁର୍ବୃତ୍ତଙ୍କୁ ଦେଇଥିଲେ । ୨୧ ପାଦ ଆଗକୁ ଚାଲି ଯିବାକୁ କହିଥିଲେ । ମହିଳା ଜଣକ ଆଗକୁ ଚାଲି ଗଲା ପରେ ସୁନା ଚେନ ଏବଂ ମୁଦିକୁ ଧରି ଫେରାର ମାରିଛି ଅଭିଯୁକ୍ତ । ରାଉରକେଲାରେ ସୁନା ଗହଣା ଲୁଟିବା ଠକ ଦଳ ବର୍ତ୍ତମାନ ସକ୍ରିୟ ।

You might also like