ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ

କରଞ୍ଜିଆ : ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍,କାନ ଫୁଲ ସହ ଟଙ୍କା ଓ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ | ଲୁଟର ଶିକାର ହେଲେ କରଞ୍ଜିଆ ଥାନା ପାଟବିଲ ରାଜସ୍ବ ନୀରିକ୍ଷକ( ମହିଳା ଆର ଆଇ)  ନିରୂପମା ନାଏକ  |  ଅଫିସରେ ପଶି ରାଜସ୍ବ ନିରୀକ୍ଷକଙ୍କୁ ବନ୍ଧୁକ ଦେଖାଇ ସୁନା ଗହଣା ଓ ଟଙ୍କା ମୋବାଇଲ ଲୁଟିନେଇଛନ୍ତି ୨ ଜଣ ଅଜଣା ଦୁର୍ବୃତ୍ତ |  ଖବର ପାଇ କରଞ୍ଜିଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି | ତେବେ ଏଇ କିଛି ସମୟ ପୂର୍ବରୁ ଲୁଟ ହୋଇଥିବା ମୋବାଇଲର location data ନିକଟ ଏକ ଗାଁରେ ମିଳିବାରୁ ବର୍ତ୍ତମାନ ପୋଲିସ ଟିମ ସମ୍ପୃକ୍ତ ଗାଁରେ ଆସି ତନାଘନା ଚଳାଇଛି |