ଚଳନ୍ତା ବସରେ ଯାତ୍ରୀ ହେଲେ ଲୁଟର ଶିକାର, କୋଲ୍ଡ ଡ୍ରିଙ୍କ୍ସ ପିଆଇ ଲୁଟିନେଲେ ସୁନା ଚେନ ମୁଦି

ବ୍ରହ୍ମପୁର : କୋଲ୍ଡ ଡ୍ରିଙ୍କ୍ସ ଦେଇ ଯୁବକଙ୍କ ଠାରୁ ଲୁଟି ନେଲେ ସୁନା ଚେନ ମୁଦି । ଲୁଟର ଶୀକାର ହୋଇଛନ୍ତି ଚିକିଟି ବ୍ଲକ ଲୋକନାଥପୁରର ସୁବ୍ରତ ପାଢ଼ୀ । ସୁବ୍ରତ ଗତକାଲି ଏକ ଘରୋଇ ବସରେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଫେରୁଥିଲେ ।
ବ୍ରହ୍ମପୁର ଫେରିବା ସମୟରେ ଜଣେ ଯୁବକ ସୁବ୍ରତଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଦେଇଥିଲେ । ସୁବ୍ରତ କୋଲ୍ଡ ଡ୍ରିଙ୍କ୍ସ ପିଇବା ପରେ ବସରେ ହିଁ ଅଚେତ ହୋଇଯାଇଥିଲେ । ଅଚେତ ହେବା ପରେ ସୁବ୍ରତଙ୍କ ଠାରୁ ସୁନା ଚେନ ଓ ମୁଦି ନେଇଯାଇଥିଲେ ସମ୍ପୃକ୍ତ ଯୁବକ ।
ବ୍ରହ୍ମପୁର ବିଏନପୁର ଥାନା ନିକଟରେ ସୁବ୍ରତ ଓହ୍ଲାଇବା ପରେ ବିଜିପୁର ଛକରୁ ଅଚେତ ଅବସ୍ଥାରେ ସୁବ୍ରତଙ୍କୁ ପାଇଥିଲେ ତାଙ୍କ ପରିବାର ଲୋକେ । ଗୁରୁତର ଅବସ୍ଥାରେ ସୁବ୍ରତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା। ଏନେଇ ସୁବ୍ରତଙ୍କ ପରିବାର ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଛି ।