ରାଜଧାନୀରେ ପୁଣି ଲୁଟ୍‌: ହୋମିଓପ୍ୟାଥିକ୍‌ ଦୋକାନ ପଛ ପଟ ଗ୍ରୀଲ୍‌ କାଟି ନେଇଗଲେ ୩ ଲକ୍ଷ ଟଙ୍କା, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଭୁବନେଶ୍ବର(କେନ୍ୟୁଜ): ରାଜଧାନୀରେ ପୁଣି ଲୁଟ୍‌ । ଦୋକାନ ପଛ ପଟ ଗ୍ରୀଲ୍‌ କାଟି ଲୁଟିଲେ ଦୁବୃର୍ତ୍ତ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳର ଏକ ହୋମିଓପ୍ୟାଥିକ୍‌ ଦୋକାନରେ ଲୁଟ୍‌ ହୋଇଛି । ରାତି ପ୍ରାୟ ସାଢେ ୨ଟାରେ ଦୋକାନ ପଛ ପଟ ଗ୍ରୀଲ୍‌ କାଟି ଭିତରକୁ ପଶିଥିଲେ ଦୁବୃର୍ତ୍ତ । କ୍ୟାସ ଡ୍ର ଓ ଆଲମୀରାରୁ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଲୁଟ୍‌ ବେଳର ଚିତ୍ର ସିସିଟିଭିରେ କଏଦ । ଏନେଇ ଦୋକାନ ମାଲିକ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.