ବିଳମ୍ବିତ ରାତିରେ ଡଙ୍ଗାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ଖୋର୍ଦ୍ଧା(କେ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ ଜଗନ୍ନାଥପୁର ସ୍ଥିତ ଚିଲିକା ଜେଟିକୁଳରେ ଘଟିଯାଇଛି ଏକ ଅଘଟଣ । ବିଳମ୍ବିତ ରାତିରେ କେହିଜଣେ ଦୁବୃତ୍ତ ଡ଼ଙ୍ଗାରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି । ଡ଼ଙ୍ଗାରେ ଥିବା ସମସ୍ତ ମାଛଧରା ଉପକରଣ ପୋଡି ପାଉଁଶ ହୋଇଯାଇଛି । ଏ ସଂପର୍କରେ ପୂର୍ଣ୍ଣଚନ୍ଦ୍ର ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି ।

ପୂର୍ବରୁ ପୂର୍ଣ୍ଣ ଚନ୍ଦ୍ରର ଆଲ୍ଲା ବେହେରା ନାମକ ଜଣେ ବ୍ୟକ୍ତି ସହିତ କୋଣସି ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେ ଡ଼ଙ୍ଗା ଓ ମାଛଧରା ଜାଲ ପୋଡି ଛାରଖାର କରିଦେବାକୁ ପୂର୍ଣ୍ଣକୁ ଧମକ ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଦେଇଛି ।

 

 

Leave A Reply

Your email address will not be published.