ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

କଣ୍ଟାବାଞ୍ଜି(କେନ୍ୟୁଜ୍): ବାଇକ ଜାଳିଦେଲେ ଦୁର୍ବୃତ୍ତ ।  କଣ୍ଟାବାଞ୍ଜି ସହର ବେହେରା ପଡାର ଏକ ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିର ଘଟଣା ଘଟିଥିବାବେଳେ ବାଇକ ଜଳିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସ୍ଥାନୀୟ ଥାନାରେ ବାଇକ ମାଲିକ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳକୁ ପୋଲିସ୍ ଏଯାଏ ପହଁଚି ନାହିଁ ।

bike burn

ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ବାଇକ ମାଲିକ କହିବା ଅନୁସାରେ ତାଙ୍କ ଡିଜେ ସାଉଣ୍ଡ ଦୋକାନ ସମ୍ମୁଖରେ ସେ ବାଇକ ରଖିଥିଲେ । ତେବେ ସେ ଏକ ବିବାହ ଉତ୍ସବ କାମ କରୁଥିଲେ । ବିଳମ୍ବିତ ରାତିରେ ସେହି ପଡାର ଜଣେ ଯୁବକ ତାଙ୍କ ବାଇକକୁ ନିଜେ ଜାଳି ଦେଇଥିବା ସହ ଫୋନ କରି ଗାଳି କରିଥିଲେ । ପରେ ବାଇକ ମାଲିକ ଘରକୁ ଆସି ଦେଖିବା ବେଳେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ସାରିଥିଲା । ବର୍ତମାନ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.