ପାରିବାରିକ କଳହରୁ ଯୁବକକୁ ମାରି ଜାଳିଦେଲେ ଦୁର୍ବୃତ୍ତ, ପୋଲିସ କରୁଛି ତଦନ୍ତ

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ଝରଣ ଗାଁ ନିକଟ କାଜୁ ଜଙ୍ଗଲରେ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି। ଯୁବକ ଜଣକ ହେଉଛନ୍ତି କବିସୂର୍ଯ୍ୟନଗର ଥାନା ଏ. ଗୋବିନ୍ଦପୁରର ଟୁଟୁ ନାହାକ। କବିସୂର୍ଯ୍ୟନଗରରୁ ମର୍ଡର ହୋଇଥିବା ସ୍ଥାନ ଝରଣ ଗାଁର ଦୂରତା ୭୫ କିଲୋମିଟର ହେବ। ଘଟଣା ଟି ଥିଲା ଏହିପରି, ଗତକାଲି ଅପରାହ୍ନ ପାଖାପାଖି ୫ଟାରେ କିଛି ଦୁର୍ବୃତ୍ତ ଟୁଟୁକୁ ବସାଇ ଏକ କାରରେ ଆଣି ଗାଁକୁ ଲାଗିରହିଥିବା କାଜୁ ଜଙ୍ଗଲକୁ ନେଇଯାଇଥିଲେ। ଏହି ସମୟରେ ସେହି ରାସ୍ତାରେ ଗାଁର କିଛି ଯୁବକ ଭଲିବଲ ଖେଳୁଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ନ ଫେରିବାରୁ କିଛି ଯୁବକ ଯାଇ ଦେଖିଥିଲେ ଗୋଟିଏ ସ୍ଥାନରେ ଧୂଆଁ ବାହାରିବାର। ସେଠାରେ ପହଞ୍ଚି ଦେଖିଥିଲେ ଜଣକୁ ମାରି ନିଆଁ ଲଗାଇ ଦେଇଥିବାରୁ। ଏହାପରେ ସେହି ଯୁବକମାନେ ଗାଁକୁ ଆସି ଅନ୍ୟ ମାନଙ୍କୁ କହିଥିଲେ ।  ସ୍ଥାନୀୟ ଯୁବକଙ୍କୁ ଦେଖି ଦୁର୍ବୃତ୍ତମାନେ କାରରେ ବସି ଫେରାର ହୋଇଯାଇଥିଲେ।  ଏହି ସମୟରେ ଗାଁର କିଛି ଯୁବକ କାର ନମ୍ବରଟିକୁ ଲେଖି ରଖି ପାଟପୁର ଥାନା ପୋଲିସକୁ ଖବର ଜଣାଇଥିଲେ।  ରାତିରେ ହିଁ ପୋଲିସ ପହଞ୍ଚି ଦର ପୋଡା ଶବକୁ ଠାବ କରିଥିଲେ ।

ଗଞ୍ଜାମ ଏଏସପି, ଆସିକା ଏସଡିପିଓ, ପୁରୁଷୋତ୍ତମପୁର ଏସଡିପିଓ ଏବଂ ପୋଲିସ ଟିମ ସହ ସାଇଁଟିଫିକ ଟିମ ପହଞ୍ଚି ତଦନ୍ତକୁ ଆଗେଇଥିଲେ। ତେବେ ଦୁର୍ବୃତ୍ତମାନେ ଯେଉଁ ଗାଡିରେ ଆସିଥିଲେ ସେହି ଗାଡି ନମ୍ବରକୁ ଆଧାର କରି ଟୁଟୁର ପରିଚୟ ଜାଣିବାରେ ସଫଳ ହୋଇଥିଲେ।।  ଏହାପରେ ତାଙ୍କ ପରିବାର ଲୋକ ଆସି ଶବ ଚି଼ହ୍ନଟ କରିଥିଲେ, ଭଉଣୀ, ସ୍ତ୍ରୀ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ। ପାରିବାରିକ କଳହରୁ ଏହି ନିର୍ମମ ହତ୍ୟା ହୋଇଥିବା ଓ ହତ୍ୟାର ରହସ୍ୟ ଶୀଘ୍ର ଉନ୍ମୋଚନ ହୋଇଯିବ ବୋଲି କହିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.