ଜାରକାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରେ ପଶି ଗାଡି ପୋଡି ଉଦ୍ୟମ, ଦୁର୍ବୃତ୍ତ ଫେରାର

ଯାଜପୁର (କେନ୍ୟୁଜ): ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରେ ପଶି ଦୁର୍ବୁତଙ୍କ ଗାଡି ପୋଡି ଉଦ୍ୟମ ଅଭିଯୋଗ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ନିକଟ ଜାମୁବଣିଆ ଗାଁରେ । ଗତକାଲି ରାତିରେ ଜାମୁବଣିଆରେ ରହୁଥିବା ଅବସରପ୍ରାପ୍ତ ପୋଲିସ ସବ ଇନ୍ସପେକ୍ଟର (କ୍ରାଇମବ୍ରାଞ୍ଚ) ବିଶ୍ୱନାଥ ମହାନ୍ତିଙ୍କ ଘରେ କେହି ଦୁର୍ବୃତ୍ତ ପଶି ଗ୍ୟାରେଜରେ ଥିବା କାରରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ତେବେ ସୈାଭାଗ୍ୟବଶତଃ କାର ଚକାର ଫାଇବର କଭରରେ ନିଆଁ ଲାଗି ତଳକୁ ଖସି ପଡିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଥିବା ପାରିପାର୍ଶ୍ବିକ ଅବସ୍ଥା ସୁଚାଉଛି।

jajpur

ଏପଟେ ଦୁର୍ବୃତ୍ତମାନେ ଘରର ବାହାର ମେନ ଗେଟ ସାମନା ପଟୁ ବନ୍ଦ କରିଦେଇଥିଲେ । ଆଜି ସକାଳୁ ବିଶ୍ୱନାଥ ଘର ବାହାରୁ ବନ୍ଦ ହୋଇଥିବା ଜାଣିପାରି ପଛ ପଟ ଦେଇ ବାହାରକୁ ବାହାରି ଗାଡିରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ଏନେଇ ବିଶ୍ୱନାଥ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି କାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏପଟେ ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.