ନରସିଂହପୁର: ଗରିବର କ୍ୟାବିନରେ ନିଆଁ ଲଗାଇ ପୋଡ଼ିଦେଲେ ଦୁର୍ବୃତ୍ତ

ନରସିଂହପୁର(କେନ୍ୟୁଜ୍):ବିଳମ୍ବିତ ରାତିରେ କ୍ୟାବିନରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ର୍ଥାନା ଅଲରା ଗ୍ରାମରେ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଏକ କ୍ୟାବିନରେ କେହି ନିଆଁ ଲଗାଇ ଦେବା ଫଳରେ ଦୋକାନରେ ଥିବା ବହୁତ ଦ୍ରବ୍ଯ ପୋଡି ନଷ୍ଟ ହୋଇଯାଇଛି ।  ରାତି ୧୦ଟା ପରେ ମଢିଆ ଡାଳୁଆ ନିଜ ଦୋକାନ ବନ୍ଦ କରି ଘରକୁ ଯିବାପରେ ପ୍ରାୟ ରାତି ୨ଟା ପରେ କେହି ଦୁର୍ବୃତ୍ତ ଏପରି ଘଟାଇଥିବା ଜଣାପଡିଛି।